spot_img

Latest Posts

୨ଦିନ ପରେ ଖୋଲିଲା ଶିଖରଚଣ୍ଡୀ ମୁଖ୍ୟ ଫାଟକ ; ଦନ୍ତାଙ୍କ ଉତ୍ପାତ ଯୋଗୁ ବନ୍ଦ ଥିଲା

ଭୁବନେଶ୍ବର : ଜଙ୍ଗଲକୁ ଫେରିଲେ ୨ ହାତୀ । ଭୁବନେଶ୍ଵର ଶିଖରଚଣ୍ଡୀ ପାହାଡ଼ ନିକଟରେ ଆସି ରହିଥିଲେ ଦୁଇ ହାତୀ । ତେବେ ୨ ହାତୀଙ୍କୁ ଘଉଡ଼ାଇବା ପରେ ଆଜିଠାରୁ ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ଚନ୍ଦକା ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଙ୍କୁ ଭରତପୁର ଜଙ୍ଗଲ ଆଡ଼କୁ କାଲି ରାତିରେ ଘଉଡାଇ ଦିଆଯାଇଥିଲା । କିଛି ସମୟ ପରେ ପଥରଗାଡିଆ ଗାଁ ଶ୍ମଶାନ ନିକଟ ଭରତପୁର ରିଜର୍ଭ ଜଙ୍ଗଲ ପାଚେରୀ ଭାଙ୍ଗି ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ଯାଇଥିଲେ ଦୁଇ ଦନ୍ତା ।

ହାତୀ ଜଙ୍ଗଲକୁ ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଶିଖରଚଣ୍ଡୀ ପାହାଡକୁ ଯିବାକୁ ବାରଣ ଥିବାବେଳେ ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଆଜି ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ପର୍ଯ୍ୟଟକ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ପାହାଡ଼ ଉପରକୁ ଯାଇ ବଣଭୋଜି କରିବା ସହ ମାଆଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି l

Latest Posts

Don't Miss