spot_img

Latest Posts

ଗୋଟିଏ ଦିନରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା: ସୁନା ଦରରେ ବି ଲାଗୁନି ବ୍ରେକ

ସୁନା ଓ ରୁପା ଦରରେ ବ୍ରେକ ଲାଗୁନି । ପ୍ରତିଦିନ ଏହି ଦୁଇ ଅଳଙ୍କାରର ଦାମ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଗୋଟିଏ ଦିନରେ ରୂପା ୧୭ ହଜାର ଟଙ୍କା ମହଙ୍ଗା ହୋଇଛି । ଶୁକ୍ରବାର ଦିନ ଏମସିଏକ୍ସରେ ଚାନ୍ଦିର ଦାମ୍ ୧୭ ହଜାର ଟଙ୍କା ବୃଦ୍ଧି ପାଇ ବନ୍ଦ ହୋଇଛି । ସୁନା-ରୂପାର ଦର ଦୀର୍ଘ ଅବଧିରେ ଆହୁରି ବୃଦ୍ଧି ପାଇବ ବୋଲି ଏକ୍ସପର୍ଟ ଅନୁମାନ କରିଛନ୍ତି । ତେଣୁ ଏହି ଦୁଇ ଧାତୁର ଦାମ୍ କାହିଁକି ବଢ଼ୁଛି ସେନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ।

ଡିସେମ୍ବର ୧୯ରେ ୧୦ ଗ୍ରାମ ସୁନାର ଦାମ ୧,୩୪,୧୯୬ ଟଙ୍କା ରହିଥିବା ବେଳେ ଆଜି ତା’ର ମୂଲ୍ୟ ୧.୪୦ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି । ଅର୍ଥାତ ଗୋଟିଏ ସପ୍ତାହରେ ଏହି ଦରରେ ୬ ହଜାର ଟଙ୍କା ବୃଦ୍ଧି ଘଟିଛି । ସମାନ ତାରିଖରେ ରୁପା ଦାମ କିଲୋ ପ୍ରତି ୨.୦୮ ଲକ୍ଷ ରହିଥିବା ବେଳେ ଏବେ ୨.୪୦ ଲକ୍ଷରେ ପହଞ୍ଚି ଯାଇଛି । ଅର୍ଥାତ ସପ୍ତାହ ମଧ୍ୟରେ ରୁପା ଦାମ୍ ୩୨ ହଜାର ବୃଦ୍ଧି ଘଟିଛି । ତେବେ ଅଳଙ୍କାରର ଦାମ୍ ବୃଦ୍ଧି  ପଛରେ ଏକାଧିକ କାରଣ ରହିଛି ।

ରାଜନୈତିକ ଚାପ, ତୈଳ ବଜାର ଓ ସଂଘର୍ଷ କାରଣରୁ ସଙ୍କଟରୁ ବର୍ତ୍ତିବା ପାଇଁ ନିବେଶକ ସୁନା-ରୁପାରେ ନିବେଶ କରୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଦ୍ବାରା ଏହି ଧାତୁକୁ ଅଧିକ ମାତ୍ରାରେ କ୍ରୟ କରାଯାଉଛି । ଏହାଫଳରେ ଏହାର ଚାହିଦା ଅଧିକ ବଢ଼ୁଛି ଓ ଦାମ୍ ବଢ଼ୁଛି । ଗୋଲ୍ଡ ଓ ସିଲଭର ETFର ନିବେଶକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ମାର୍କେଟ ନିମ୍ନମୁଖୀ ମଧ୍ୟରେ ଲୋକେ ସୁନା ଓ ଚାନ୍ଦି ଇଟିଏଫ ମାଧ୍ୟମରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ଡଲାର ଦୁର୍ବଳ ହେଲା ଓ ଫେଡରଲ ରିଜର୍ଭ ଦ୍ବାରା ସୁଧ ହାର ହ୍ରାସ କରାଯାଉଛି । ଯାଦ୍ବାରା ସୁନା ଓ ଚାନ୍ଦିର ଚାହିଦା ବଢ଼ୁଛି ।

Latest Posts

Don't Miss