ନନ୍ଦିଘୋଷ ବ୍ୟୁରୋ : ଭିତରକନିକାରେ ସ୍ଥିର ହେଲା କୁମ୍ଭୀର ଗଣନା ତାରିଖ। ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଅନୁଷ୍ଠିତ ହେବ କୁମ୍ଭୀର ଗଣନା କାର୍ଯ୍ୟ। କୁମ୍ଭୀର ଗଣନା ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା। ଗତକାଲି ଅନିଶ୍ଚିତତା ଭିତରେ କୁମ୍ଭୀର ଗଣନା ନେଇ ନନ୍ଦିଘୋଷ ଟିଭିରେ ହୋଇଥିଲା ଖବର ପ୍ରସାରଣ।୧୦ ଦିନ ପରିବର୍ତ୍ତେ କିପରି ୩ ଦିନରେ ସଠିକ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।ଭିତରକନିକା ଅଂଚଳର ନଦୀ ଓ ନାଳରେ 1976 ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ 10 ଦିନ ଭିତରକନିକା ବନ୍ଦ ରହିଥାଏ । ମାତ୍ର ଚଳିତ ବର୍ଷ 10 ଦିନ ପରିବର୍ତ୍ତେ 3 ଦିନରେ କୁମ୍ଭୀର ଗଣନା କରାଯିବାକୁ ନିଷ୍ପତି ନିଆଯାଇଛି। କିପରି 3 ଦିନରେ ସଠିକ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।

