spot_img

Latest Posts

ପୁରୀ ସମୁଦ୍ରରେ ପୁଣି ଅଘଟଣ ବୁଡ଼ି ଯାଉଥିଲେ ପର୍ଯ୍ୟଟକ ; ଉଦ୍ଧାର କଲେ ଲାଇଫଗାର୍ଡ …

ନନ୍ଦିଘୋଷ ବ୍ୟୁରୋ : ପୁରୀ ସମୁଦ୍ରରେ ଗାଧୋଇବାବେଳେ ପୁଣି ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ୪ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ସମସ୍ତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର। ସେକ୍ଟର ୯ ନମ୍ବର ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଖବର ପାଇ ଲାଇଫଗାର୍ଡ ମାନେ ଗଭୀର ସମୁଦ୍ରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ପୁରୀ ବେଳାଭୂମିରେ ଏଭଳି ଉଚ୍ଚ ଲହଡି ମାଡ଼ ଓ ରିପ୍ କରେଣ୍ଟ ଯୋଗୁଁ ପର୍ଯ୍ୟଟକ ମାନେ ପ୍ରତ୍ୟକଦିନ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବା ଦେଖିବାକୁ ମିଳିଛି।

Latest Posts

Don't Miss