ସହିଦ ନଗର ଗଣଦୁଷ୍କର୍ମ ନେଇ ନବୀନଙ୍କ ଉଦବେଗ, ପଚାରିଲେ- କେବେ ଆଉ ଚେତିବ ବିଜେପି ସରକାର ?
ନନ୍ଦିଘୋଷ ବ୍ୟୁରୋ: ସହିଦ ନଗର ଗଣଦୁଷ୍କର୍ମ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ । କହିଲେ, ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଯାଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା । କେବେ ଆଉ ବିଜେପି ସରକାର ଚେତିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ଦିନଦ୍ଵିପହରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ । କୁଆଡ଼େ ଯାଇଛି ଆଇନଶୃଙ୍ଖଳା ବୋଲି ନୀବନ ପଚାରିଛନ୍ତି । ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ ? ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ପୁଣି ଏକ ବର୍ବରକାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି । ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି । ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି । ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

