ନନ୍ଦିଘୋଷ ବ୍ୟୁରୋ : ସୁପର ସନଡେରେ ସୁପର ମୁକାବିଲା । ୧୯ ବର୍ଷରୁ କମ ଏସିଆ କପ ଗ୍ରାଣ୍ଡ ଫିନାଲରେ ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ମୁହାଁମୁହଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଦୁବାଇରେ ଖେଳାଯାଉଛି ମ୍ୟାଚ୍ । ଶ୍ରୀଲଙ୍କାକୁ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସେପଟେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଭାରତର ବିଜୟ ଧାରାରେ ବ୍ରେକ ଲଗାଇବାକୁ ପାକିସ୍ତାନ ପୂର୍ଣ୍ଣମାତ୍ରାରେ ଚେଷ୍ଟା କରିବ । ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଥିବା ବେଳେ ନବମ ଥର ଲାଗି ଚାମ୍ପିଅନ ହେବା ଲକ୍ଷ୍ୟରେ ଆୟୁଷ ମାଥ୍ରେ ସ୍କ୍ବାଡ । ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଫାଇନାଲ୍ ମ୍ୟାଚ୍ ବେଶ୍ ପ୍ରତିଦ୍ବନ୍ଦ୍ବିତାଭରା ଏବଂ ହାଇଭୋଲ୍ଟେଜ୍ ହେବ ବୋଲି ଆଶା କରାଯାଉଛି ।

