spot_img

Latest Posts

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦: ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦: ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ନନ୍ଦିଘୋଷ ବ୍ୟୁରୋ: ଆଜି ଅହମ୍ମଦାବାଦାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ତଥା ଶେଷ ଟି-୨୦ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ । ୫ ଟିକିଆ ସିରିଜରେ ୨-୧ ବିଜୟ ସହ ଆଗୁଆ ରହିଛି ଟିମ ଇଣ୍ଡିଆ । ଏହା ପୂର୍ବରୁ ଲକ୍ଷ୍ନୌରେ ହେବାକୁ ଥିବା ମ୍ୟାଚ ଘନ କୁହୁଡି କାରଣରୁ ଖେଲାଯାଇ ପାରି ନଥିଲା । ଦୀର୍ଘ ୩ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଲକ୍ଷ୍ନୌରେ କୁହୁଡି କମି ନଥିଲା । ଏହାପରେ ଲକ୍ଷ୍ନୌରେ ହେବାକୁ ଥିବା ଟି-ଟ୍ଵେଣ୍ଟି ମ୍ୟାଚ ବାତିଲ ହୋଇଥିଲା ।

ଆଜିର ମ୍ୟାଚ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଧର୍ମଶାଳା ଟି-ଟ୍ଵେଣ୍ଟିରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଭାରତ । ଧର୍ମଶାଳାରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା କରିଥିଲା ୧୧୭ ରନ । ଜବାବରେ ମାତ୍ର ୩ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ଭାରତ । ଅଭିଷେକ ଶର୍ମା, ଶୁବମନ ଗିଲ, ତିଲକ ବର୍ମା ଭଲ ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚ ଜିତିଲେ ଭାରତ ଟି-ଟ୍ଵେଣ୍ଟି ସିରିଜ ଉପରେ କବଜା କରିବ । ସେପଟେ ଆଜିର ମ୍ୟାଚକୁ ହାତଛଡ଼ା କରିବାକୁ ଚାହିଁବନି ଦକ୍ଷିଣ ଆଫ୍ରିକା ଦଳ । ପୂର୍ବରୁ ଟେଷ୍ଟ ଜିତିଥିବା ଦକ୍ଷିଣ ଆପ୍ରିକା ଟିମ ଟି-ଟ୍ଵେଣ୍ଟି ସିରିଜକୁ ବରାବର କରିବାକୁ ପ୍ରାଣପଣ ଚେଷ୍ଟା କରିବ ।

Latest Posts

Don't Miss