ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଳ୍ଲା ସିମୁଳିଆରେ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ଯାଞ୍ଚ l ମାର୍କୋଣା ବଜାରରେ ଅବସ୍ଥିତ ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ବାଲେଶ୍ୱର ଡ୍ରଗ୍ସ ଇନ୍ସପେକ୍ଟର ମୋନାଲିସା ମଲ୍ଲିକଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି । ସିମୁଳିଆ ଅଞ୍ଚଳର କିଛି ଔଷଧ ଦୋକାନ ଓ ହୋଲସେଲରଙ୍କ ଦ୍ୱାରା ନକଲି ଔଷଧ ବିକ୍ରି ଓ ଲାଇସେନ୍ସ ନଥାଇ ଦୋକାନ କରିଥିବା ନେଇ ପୂର୍ବରୁ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏହି ଅଭିଯୋଗକୁ ଆଧାର କରି ଆଜି ଡ୍ରଗ୍ସ ଇନ୍ସପେକ୍ଟର ସିମୁଳିଆ ଅଞ୍ଚଳରେ ପହଞ୍ଚି ଅନେକ ଔଷଧ ଦୋକାନରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବିଭିନ୍ନ ପ୍ରକାର ଔଷଧର ସ୍ୟାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।

