ନନ୍ଦିଘୋଷ ବ୍ୟୁରୋ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ। ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ସୋସିଆଲ ମିଡିଆରେ ଆଶୀର୍ବାଦ-945 ନାମକ ଆଇଡି ବ୍ୟବହାର କରୁଥିବା ବ୍ୟକ୍ତି ଫଟୋ କରିଛନ୍ତି ଭାଇରାଲ। ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ। ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଲେ ତାହାର ତଦନ୍ତ ଦାବି ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

