spot_img

Latest Posts

ରାଉରକେଲାରେ ଚାକିରି ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ

ରାଉରେକଲାରେ ଚାକିରି ଦେବା ନାଁରେ ବଡ଼ ଠକେଇ ଅଭିଯୋଗ । ରେଳବାଇ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେଵା ନାମରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଠକେଇ ନେଇ ଅଭିଯୋଗ ହୋଇଛି । ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଉରକେଲା ଛେଣ୍ଡ ଥାନା ପୋଲିସ। ରେଳବାଇ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେଵାକୁ କହି ଜାଲି ନିଯୁକ୍ତିପତ୍ର ଦେଇ ଠକୁଥିଲା କୋରାପୁଟ ଜୟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ । ତା ପାଖରୁ ବହୁ ପରିମାଣର ଜାଲି ନିଯୁକ୍ତି ପତ୍ର, ବେକାର ଯୁବକ ଯୁବତୀଙ୍କ ଆବେଦନ ପତ୍ର, ବିଭିନ୍ନ ଜାଲି ଡକ୍ୟୁମେଣ୍ଟ ଓ ଦୁଇଟି ମୋବାଇଲ ଫୋନ ଜଵତ କରାଯାଇଛି।

Latest Posts

Don't Miss