ଫୁଲବାଣୀ: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଉନ୍ମାକ୍ତ କାଣ୍ଡ । ବାହା ହେବାକୁ ରାଜି ନହେବାରୁ ନିଜ ବେକ କାଟିବା ସହ ପ୍ରେମିକାର ବେକ କାଟିଲା ପ୍ରେମିକ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ଭଞ୍ଜନଗର ବଣିପଲ୍ଲି ଗାଁର ଶୁଭମ ସ୍ବାଇଁ ଓ ଫୁଲବାଣୀର ଜଣେ ଯୁବତୀ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ । ହେଲେ ପ୍ରେମିକା ପାଇଁ ଅନ୍ୟ ପ୍ରସ୍ତାବ ଆସିବାରୁ ପ୍ରେମିକା ରାଜି ହୋଇଯାଇଥିଲା । ଏହା ଜାଣି ପାରି ପ୍ରେମିକ ଶୁଭମ ପ୍ରେମିକାର ଘରେ ପହଞ୍ଚି ଥିଲା । ବାହା ହେବା ପାଇଁ ଅଡି ବସିଥିଲା ପ୍ରେମିକ । ହେଲେ ପ୍ରେମିକା ରାଜି ନହେବାରୁ ନିଜ ବେକ ଓ ହାତକୁ କାଟିବା ସହ ପ୍ରେମିକାର ବେକ କାଟିଥିଲା ଶୁଭମ । ସ୍ଥାନୀୟ ଲୋକେ ପ୍ରେମିକକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଉଭୟ ପ୍ରେମିକ ପ୍ରେମିକା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

