spot_img

Latest Posts

ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ

ନନ୍ଦିଘୋଷ ବ୍ୟୁରୋ: ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ । ଭୂତକୋଠି ପାଲଟିଲାଣି ଘଟଗାଁରେ ଥିବା ମ୍ୟୁଜିୟମ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ । ୫ବର୍ଷ ତଳୁ ନିର୍ମାଣ ସରିଥିଲେ ମଧ୍ୟ ହୋଇପାରୁନି ଉଦଘାଟନ। କେବେ ଶୁଭାରମ୍ଭ ହେବ ତାକୁ ନେଇ ଉଠିଛି ପ୍ରଶ୍ନ?

ଭୂତକୋଠି ପାଲଟିଲାଣି ଆଦିବାସୀ ସଂଗ୍ରହାଳୟ। କୋଟି କୋଟି ଟଙ୍କାରେ ନିର୍ମିତ ସଂଗ୍ରହାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ନିର୍ମାଣକୁ ୫ ବର୍ଷ ପୂରିଥିଲେ ସୁଦ୍ଧା ହୋଇପାରୁନି ଉଦଘାଟନ । କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ନିକଟରୁ ମାତ୍ର ୨ କିଲୋମିଟର ଦୂର ଘଟଗାଁ ବାଇପାସ୍ ରାସ୍ତା କଡ଼ରେ ନିର୍ମାଣ ହୋଇଛି ଏହି ଆଦିବାସୀ ସଂଗ୍ରହାଳୟ ।  ଯାହା ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍, କାଚ ଭାଙ୍ଗିସାରିଲେଣି । ପରିସରରେ ଅନାବନା ଗଛ ଉଠିବା ସହିତ ପାଇଖାନା, ବେସିନ, ଟ୍ୟାପ ଇତ୍ୟାଦି ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ।

ପୂର୍ତ୍ତ ବିଭାଗ ଦ୍ବାରା ନିର୍ମିତ ଏହି ତିନିମହଲା କୋଠାକୁ ଦୁଇବର୍ଷ ତଳେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହି ଆଦିବାସୀ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଆଶା କରାଯାଉଥିଲା । କେନ୍ଦୁଝରରେ ବାସ କରୁଥିବା ବିଭିନ୍ନ ଜନଜାତି ଲୋକଙ୍କ କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସମ୍ପର୍କରେ ପରିଚିତ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ମାତ୍ର ଏହାକୁ ଉଦ୍ଘାଟନ କରାଯାଉ ନାହିଁ କି ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ । ଏ ସମ୍ପର୍କରେ ନିକଟରେ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଚାରିବାରୁ ଖାମଖିଆଲି ଭାବରେ ଉଦଘାଟନ ନ ହୋଇଥିଲେ ଉଦଘାଟନ କରିବୁ ବୋଲି ଉତ୍ତର ରଖିଥିଲେ ।

Latest Posts

Don't Miss