spot_img

Latest Posts

ଖୁବ୍ ଶୀଘ୍ର ଭେନେଜୁଏଲା ଉପରେ ସ୍ଥଳଭାଗରେ ହମଲା କରିବ ଆମେରିକା

ଖୁବ୍ ଶୀଘ୍ର ଭେନେଜୁଏଲା ଉପରେ ସ୍ଥଳଭାଗରେ ହମଲା କରିବ ଆମେରିକା। ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏଥିଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଡ୍ରଗ ଟ୍ରାଫିକିଂକୁ କେନ୍ଦ୍ର କରି ଆମେରିକା ଏହି ହମଲା କରିବାକୁ ଯାଉଥିବା ଜଣାଯାଇଛି। ଆମେରିକାର ଏହି ଘୋଷଣାକୁ ସମାଲୋଚନା କରିଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ। ସେପଟେ ଭେନେଜୁଏଲାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ମାଦୁରୋଙ୍କ ସହ ଫୋନ ଜରିଆରେ କଥା ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ଘୋଷଣା କରିଛନ୍ତି। ଭେନେଜୁଏଲା ବିରୋଧରେ ଆମେରିକାର ପୁଣି କାର୍ଯ୍ୟାନୁଷ୍ଠାନ। ରାଷ୍ଟ୍ରପତି ମାଦୁରୋଙ୍କ ୩ ପୁତୁରା ଓ ତୈଳ ପରିବହନ କରୁଥିବା ୬ଟି ଜାହାଜ ବିରୋଧରେ ଆମେରିକା ଜାରି କରିଛି କଟକଣା। ମାଦୁରୋଙ୍କ ପୁତୁରା ଫ୍ରାଙ୍କୁଇ ଫ୍ଲୋରେସ, କାର୍ଲୋସ ଫ୍ଲୋରେସ ଓ ଏଫ୍ରେନ କାମ୍ପୋଙ୍କ ବିରୋଧରେ କଟକଣା ଜାରି ହୋଇଛି। ଏହି ପଦକ୍ଷେପ ଫଳରେ ଏହି ୩ ଜଣ ଆମେରିକାରେ ରଖିଥିବା କୌଣସି ପ୍ରକାର ସମ୍ପତ୍ତିକୁ ବ୍ୟବହାର କରିପାରିବେ ନାହିଁ। ଏହା ସହ ସେମାନଙ୍କ ସହିତ କୌଣସି ଆମେରିକୀୟ ନାଗରିକ ବା କମ୍ପାନୀ କାରବାର କରିପାରିବେ ନାହିଁ। ତେଣେ ବେଆଇନ ସାମଗ୍ରୀ ପରିବହନ କାରଣ ଦର୍ଶାଇ ଭେନେଜୁଏଲାର ୬ଟି ମାଲବାହୀ ଜାହାଜକୁ ଜବତ କରିଛି ଆମେରିକା।

Latest Posts

Don't Miss