ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ପ୍ରଦର୍ଶନ ବେଳେ ତୁମୁଳ କାଣ୍ଡ। କଳାକାର ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ। କୋରାପୁଟ ଲକ୍ଷ୍ମୀପୁରରେ ଚାଲିଥିଲା ଏହି ଯାତ୍ରା। ଏଠାରେ ଯାତ୍ରା କଳାକାର ନିଶା ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ନିଶା ମହାରଣା ନଯିବାରୁ ଦର୍ଶକ ଉତ୍ତେଜିତ ହୋଇଥିଲେ। ପୋଲିସର ଉପସ୍ଥିତରେ ଭଙ୍ଗାରୁଜା କରିଥିଲେ। ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ। ନିଶା ମହାରଣାଙ୍କୁ ପୋଲିସ ଯାତ୍ରାକୁ ଯିବାକୁ ଅନୁମତି ଦେଇନଥିଲା। ଏହାକୁ ନେଇ ତାତିଥିଲେ ଲୋକେ। ଯାତ୍ରା କମିଟିର ଏହି ଘୋଷଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ ମଧ୍ୟ ଯାତ୍ରା ପେଣ୍ଡାଲକୁ ଆସିପାରିନଥିଲେ। ପୋଲିସ ଯାତ୍ରା ପେଣ୍ଡାଲକୁ ନିଶା ମହାରଣାଙ୍କୁ ଛାଡି ନଥିଲା। ରାତି ଦୁଇଟା ରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚେୟାର ଫୋଫାଡ଼ିବା, ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଭଂଗାରୁଜା କରିଥିଲେ।ଅଧାରୁ ବନ୍ଦ ହୋଇଗଲା ଅପେରା

