ନନ୍ଦିଘୋଷ ବ୍ୟୁରୋ : ଆରବିଆଇ କମାଇଲା ରେପୋ ରେଟ। ଏହା ୨୫ ବେସିସ୍ ପଏଣ୍ଟ କମିଛି। ଆଗରୁ ଏହା ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ରହିଛି ୫.୨୫ ପ୍ରତିଶତ। ଏହା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ର। MPC ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ସେହିପରି ବ୍ୟାଙ୍କ ରେଟ ରହିଛି ୫.୫ ପ୍ରତିଶତ। ଚଳିତ ବର୍ଷ ଚତୁର୍ଥ ଥର ପାଇଁ ପ୍ରମୁଖ ସୁଧ ହାର କମାଇଛନ୍ତି ଆରବିଆଇ। ଦେଖିବାକୁ ଗଲେ ପୁରା ବର୍ଷରେ ଏହା ୧୨୫ ବେସିସ୍ ପଏଣ୍ଟ କମିଛି। ତିନି ଦିନ ଧରି ଏମପିସି ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗକୁ ମୁଦ୍ରାସ୍ଫୀତି କମିବାର ସମ୍ଭାବନା ଥିବାରୁ ଓ ଅଭିବୃଦ୍ଧି ସ୍ଥିର ରହିବାର ଆକଳନ କରାଯାଇଛି। ମାର୍କେଟରେ ଅଧିକ ଲିକ୍ୟୁଡିଟି ଥିବା ମଧ୍ୟ କୁହାଯାଇଛି।

