spot_img

Latest Posts

ପାଠପଢା ବୟସରେ ଶଯ୍ୟାଶାୟୀ:  କ୍ୟାନ୍ସରରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ୧୩ ବର୍ଷର ବାଳକ

ପାଠପଢା ବୟସରେ ଶଯ୍ୟାଶାୟୀ । କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଜୀବନ ସହ କରୁଛନ୍ତି ସଂଗ୍ରାମ । ଏ ହେଉଛନ୍ତି  କଟକ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଗଡିଜଙ୍ଗ ଗାଁର କାଳନ୍ଦୀ ମଲ୍ଲିକଙ୍କ ପୁଅ ଶୁଭମ ମଲ୍ଲିକ । ବୟସ ମାତ୍ର ୧୩ ବର୍ଷ । ଠିକ ୫ ବର୍ଷ ପୂର୍ବରୁ ଶୁଭମଙ୍କ ବାମ ଗୋଡ ଭାଙ୍ଗିଯାଇଥିଲା । ମେଡିସିନ ଖାଇ ଭଲ ହେବା ପରେ କଳିଙ୍ଗ ମଡେଲ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ହେଲେ ହଠାତ ତାଙ୍କ ଜୀବନରେ ମାଡି ଆସିଲା କଳା ବାଦଲ । ୩ ମାସ ହେଲା ସେ ବ୍ୟୟବହୁଳ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶୁଭମଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।

କାଳନ୍ଦୀ ଜଣେ ଦିନ ମଜୁରିଆ । ମୂଲଲାଗି ୪ ଜଣ ଲୋକଙ୍କ ମୁହଁରେ ଦାନାପାଣି ଦିଅନ୍ତି । ନିଜର ଭଙ୍ଗା କୁଡିଆଟିକୁ ଛାଡିଦେଲେ ତାଙ୍କର ଅନ୍ୟ କିଛି ସମ୍ଵଳ ନୁହେଁ । ଏପରି ସ୍ଥିତିରେ ପୁଅ ଶୁଭମଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନି । ଅନ୍ୟପଟେ ଖେଳିବା ବୁଲିବା ପୁଅକୁ ଖଟିଆରେ ଦେଖି ମାଆ ଆଖିରୁ ଲୁହ ଶୁଖୁନି । ଶୁଭମଙ୍କ ଚିକିତ୍ସା ନିମନ୍ତେ ସରକାର ଶୀଘ୍ର ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି ।

Latest Posts

Don't Miss