ନୟାଗଡ : ଘରୋଇ ହଷ୍ଟେଲରେ ଜଣେ ନାବାଳକ ଛାତ୍ରକୁ ଅନ୍ୟ ତିନି ଛାତ୍ରଙ୍କ ନିସ୍ତକୁ ମାଡ଼ । ପ୍ଲାଷ୍ଟିକ ପାଇପ ଓ ବ୍ୟାଟ ସାହାଯ୍ୟରେ ନିର୍ଧୁମ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ । ଦଶପଲ୍ଲା ଏନଏସି ଅନ୍ତର୍ଗତ ବାରପୁରିକିଆ ନିକଟରେ ଥିବା ଏକ ଘରୋଇ ହଷ୍ଟେଲର ଏ ଭିଡ଼ିଓ । ଭିଡ଼ିଓ ଭାଇରାଲ ପରେ ଦଶପଲ୍ଲା ଥାନା ପୋଲିସ ସମ୍ପୃକ୍ତ ୩ ଜଣ ଛାତ୍ର ଙ୍କ ସମେତ ହଷ୍ଟେଲ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଅମାନବୀୟ ଭାବରେ ଜଣେ ନାବାଳକ ଛାତ୍ରକୁ ଆଉ ୩ ଜଣ ନିର୍ଧୁମ ମାଡ଼ ମାରୁଥିବା ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି । ସେ ମଧ୍ୟ କାକୁତି ମିନତୀ ହୋଇ ତାକୁ ଛାଡ଼ି ଦେବା ପାଇଁ କହୁଛି । କିନ୍ତୁ ଅନ୍ୟଛାତ୍ର ମାନେ ତା କଥା ନ ଶୁଣି ତାକୁ ଉଲଗ୍ନ କରୀ ପ୍ଲାଷ୍ଟିକ ପାଇପ ଓ ବ୍ୟାଟ ସାହାଯ୍ୟରେ ମାଡ଼ ମାରୁଛନ୍ତି । ନାବାଳକ ଜଣକ ଲହୁ ଲୁହାଣ ହୋଇଯାଇଛି । ଏହା ଗତ ୨ ମାସ ତଳେ ଘଟିଥିବା ବେଳେ ଏହାକୁ ଆପ୍ରାଣ ଉଦ୍ୟମ କ୍ରମେ ଚାପି ଦିଆଯାଇଥିଲା । ଆଜି ଭିଡ଼ିଓ ଭାଇରାଲ ପରେ ଅଭିଭାବକ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଯାଇଛି।

