spot_img

Latest Posts

ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ନେଇ ପ୍ରଶ୍ନକାଳରେ ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ନେଇ ପ୍ରଶ୍ନକାଳରେ ସରକାରଙ୍କୁ ଘେରିଲେ ବିରୋଧୀ। ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେ ଅଭିଯୋଗ କରିଥିଲେ, ବିଜେପି ସରକାର ୫୮ଟି  ଶୀତଳ ଭଣ୍ଡାର କରିବାକୁ କହିଥିଲା। ହେଲେ କରିନି। କୁନ୍ଦୁଲି ହାଟରେ ଶୀତଳ ଭଣ୍ଡାର ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଲେ ଯେ ରାଜ୍ୟରେ ବର୍ତ୍ତମାନ ୧୩୩ଟି ଶୀତଳ ଭଣ୍ଡାର ଅଛି। ସେଥିରୁ ୨୦ଟି ସରକାରୀ ଓ ୭୮ଟି ଘରୋଇ। ଏସବୁର କ୍ଷମତା ୨ ଲକ୍ଷ ୨୯ ହଜାର ୭୫୦ ମେଟ୍ରିକ ଟନ ଥିଲା। ହେଲେ ୧୩୩ ଶୀତଳ ଭଣ୍ଡାରରୁ ବର୍ତ୍ତମାନ ୩୫ଟି ଚାଲୁଛି। ସେଥିରୁ ୨୨ଟି ଘରୋଇ ଓ ଦୁଇଟି ସରକାରୀ। ସରକାରୀ ଶୀତଳ ଭଣ୍ଡାର କଟକ ଓ ପୁରୀରେ ଅଛି। ୩୫ଟି ଶୀତଳ ଭଣ୍ଡାରର କ୍ଷମତା ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ। ୯୮ ଶୀତଳ ଭଣ୍ଡାର ଅଚଳ। ଜାନୁଆରୀ ମାସରୁ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ୨୫୨ କୋଟି ବ୍ୟୟ ବରାଦ ହୋଇଛି। ଏହା 2029-30 ଯାଏଁ ଚାଲିବ। ୫୮ଟି ସବ ଡିଭିଜନରେ ଗୋଟେ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ହେବ। ଆବଶ୍ୟକ ପଡିଲେ ବ୍ଲକ ସ୍ତରୀୟ ବି ହେବ। ୨୩୯ଟି ସୌର ଚଳିତ କୋଲଡ଼ ଷ୍ଟୋରେଜ କରାଯାଇଛି।

Latest Posts

Don't Miss