ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ । ରାୟପୁରରେ ଅପରାହ୍ଣ ଗୋଟାଏ ୩୦ରେ ଖେଳାଯିବ ମ୍ୟାଚ । ବିରାଟ କୋହଲି ଫର୍ମକୁ ଫେରିଥିବାରୁ ଏହି ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ ଇଣ୍ଡିଆ । ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ହରାଇ ୩ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶତକ ହାସଲ ସହ ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ରୋହିତ ଶର୍ମାଙ୍କ ୫୭ ଓ ଅଧିନାୟକ କେ.ଏଲ ରାହୁଲଙ୍କ ୬୦ ରନ ବଳରେ ୩୪୯ ରନ କରିଥିଲା ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଲଢୁଆ ବ୍ୟାଟିଂ କରିବା ସତ୍ତ୍ବେ ୩୩୨ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆହତ କାରଣରୁ ଅଧିନାୟକ ଶୁବମନ ଗିଲ ଓ ଉପ ଅଧିନାୟକ ଶ୍ରେୟସ ଆୟାରଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ ରାହୁଲଙ୍କ ନେତୃତ୍ବରେ ଖେଳୁଛି ଭାରତ । ସିରିଜର ତୃତୀୟ ମ୍ୟାଚ ୬ ତାରିଖରେ ବିଶାଖପାଟଣାରେ ଖେଳାଯିବ । ଏହାପରେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ ୯ ତାରିଖ ଦିନ କଟକରେ ଖେଳାଯିବ ।

