spot_img

Latest Posts

ସଂଚାର ସାଥୀ ଆପ୍ କୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନନ୍ଦିଘୋଷ ବ୍ୟୁରୋ: ସଂଚାର ସାଥୀ ଆପ୍ କୁ ନେଇ ଜୋର୍ ବିବାଦ ହେବାରୁ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କହିଛନ୍ତି, ଏହା ବାଧ୍ୟତାମୂଳକ ନୁହେଁ। ଯିଏ ଚାହିଁବି ରଖିବ ନ ହେଲେ ଡିଲିଟ କରିପାରିବ। ଜଣେ ଡିଆକ୍ଟିଭେଟ୍ ମଧ୍ୟ କରିପାରିବ। ତେବେ ସଂଚାର ସାଥୀ ଆପ୍ ପାଇଁ ବହୁତ ଲାଭ ମିଳିଥିବା ସେ କହିଛନ୍ତି, ଏହି ଆପ୍ ୧୫ କୋଟି ଡାଇନଲୋଡ୍ ହେଲାଣି। ପୋର୍ଟାଲ ୨୦ କୋଟି ଟ୍ରାଞ୍ଜାକସନ ହେଇଛି। ଏହି ଆପ୍ ଜରିଆରେ ୧.୭୫ କୋଟି ଫ୍ରଡ୍ ମୋବାଇଲ ଡିସକନେକସନ୍ କରାଯାଇଛି। ୨୦କୋଟି ଚୋରି ମୋବାଇଲ ମିଳିଛି। ସାଢ଼େ ୭ କୋଟି ଫୋନ୍ ମାଲିକଙ୍କୁ ଫେରାଇ ଦିଆଯାଇଛି। ଏହି ଆପ୍ ଜରିଆରେ କାହାର ଉପରେ ନଜର ରଖାଯାଉନି। କିନ୍ତୁ ସମସ୍ତଙ୍କୁ ସତର୍କ କରିବା ସରକାରଙ୍କ କର୍ତ୍ତବ୍ୟ। ଚାହିଁଲେ ଜଣେ ରଖିବ ନ ହେଲେ ଡିଲିଟ କରିବ। ଯେକୌଣସି ଆପ୍ ପରି ଏହାକୁ ମଧ୍ୟ ଡିଲିଟ କରିହେବ ବୋଲି କହିଛନ୍ତି ସିନ୍ଧିଆ।

Latest Posts

Don't Miss