spot_img

Latest Posts

ଏଭଳି କାହିଁକି କଲେ ରଣବୀର ? ଏବେ ହେବ କି କାର୍ଯ୍ୟାନୁଷ୍ଠାନ..

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ ରହିଛନ୍ତି ଅଭିନେତା ରଣବୀର କପୁର । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କାନ୍ତାରାର ଅଭିନେତା ଋଷଭ ସେଟ୍ଟୀଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଛି । ଯଦିଓ ଋଷଭ ତାଙ୍କୁ ଏହା କରିବାକୁ ବାରଣ କରିଛନ୍ତି ମାତ୍ର ସେ ଏହାକୁ ମାନି ନାହାଁନ୍ତି । ଚାମୁଣ୍ଡା ଦେବୀ ଋଷଭଙ୍କଠାରେ ପ୍ରବେଶ କରିଥିବା ସେହି ସିନ ରହିଥିଲା । ଯାହାକୁ ସେ ପରିହାସ କରିଥିଲେ । ଏବେ ଏହାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ରଣବୀର । ଏପରିକି ତାଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦିଆଯାଇଛି ।

ଗୋଆରେ ୫୬ତମ ଆଇଫା ଫିଲ୍ମ ଫେୟାର ଉତ୍ସବ ଅନୁଷ୍ଠିତ ହୋଇଛି । ଏଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଦିଓ ଏହି ଭିଡିଓରେ ସେ ଋଷଭଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଅଭିନୟକୁ ଭଲ ବୋଲି କହିଛନ୍ତି ତଥାପି ସେ ଜିଭ କାଢ଼ ପରିହାସ କରିଥିଲେ ଏହାକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି । ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ତାଙ୍କ ବିପକ୍ଷରେ ମଧ୍ୟ ଅଭିଯୋଗ କରାଯାଇଛି । କୁହାଯାଇଛି କି, ସେ ଚାମୁଣ୍ଡା ଦେବୀଙ୍କୁ ଅପମାନିତ କରିଛନ୍ତି । ଏଣୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।

Latest Posts

Don't Miss