ନନ୍ଦିଘୋଷ ବ୍ୟୁରୋ: ସୁନା ଝିଅଙ୍କୁ ସମ୍ବର୍ଦ୍ଧନା। ଜାପାନ ଟୋକିଓଠାରେ ଆୟୋଜିତ ବଧିର ଅଲିମ୍ପିକ୍ସ କରାଟେ ପ୍ରତିଯୋଗିତାରେ ୫୦ କିଲୋ ବର୍ଗ ଫାଇଟ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଓଡ଼ିଶାର ଲୋମା ସ୍ବାଇଁ । ବ୍ରାଜିଲ ପ୍ରତିପକ୍ଷଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପାରାଦୀପ କୁଜଙ୍ଗ ବ୍ଳକ ଭୂତମୁଣ୍ଡାଇସ୍ଥିତ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମିଠା ଖୁଆଇ ବାଜା ବାଣ ଫୁଟାଇ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଇଥିଲା। ଗାଁର ପ୍ରତ୍ୟେକ ସାହି, ପଡାରେ ତାଙ୍କୁ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ଲୋମାଙ୍କ ବାପା ସଞ୍ଜୟ କୁମାର ସ୍ବାଇଁ, ମା’ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ସମେତ ପୂର୍ବତନ ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ। ଲୋମା ଜନ୍ମରୁ ମୁକ ଓ ବଧିର । କିନ୍ତୁ ତାଙ୍କର କରାଟେ ଖେଳ ପ୍ରତି ଥିବା ଆକୃଷ୍ଟତା ଓ ପ୍ରତିବଦ୍ଧତା ତାଙ୍କୁ ସଫଳତା ଦେଇଛି।।

