ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ସେକ୍ସ ରାକେଟ ଠାବ। ହୋଟେଲରେ ଦେହ ବ୍ୟବସାୟ କରିବା ଅଭିଯୋଗରେ ହୋଟେଲ ମାଲିକକୁ ଗିରଫ କରାଯାଇଛି। ଏହାସହ ଜଣେ ଦେହଜୀବୀକୁ ଥାନାରେ ଅଟକ ରଖିଛି ପୋଲିସ। ହୋଟେଲରେ ଚଢ଼ାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଇଟାମାଟି ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଲଜରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହେଉଥିଲା। ନୟାଗଡ଼ ଏସଡିପିଓଙ୍କ ତତ୍ବାବଧାନରେ ନୟାଗଡ଼ ସଦର ଥାନା ଓ ଇଟାମାଟି ଥାନା ପାଲିସ ମିଳିତ ଭାବେ ହୋଟେଲରେ ରେଡ୍ କରିଥିଲେ। ରେଡ୍ ବେଳେ ଇଟାମାଟି ଅଞ୍ଚଳର ପ୍ରତାପ ପ୍ରସାଦ ନିକଟରେ ଥିବା ଦୀପକ ହୋଟେଲ ଆଣ୍ଡ ଲଜରୁ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।

