spot_img

Latest Posts

ପୂର୍ବତନ କ୍ରିକେଟର ତେଚେଶ୍ବର ପୂଜାରାଙ୍କ ଶଳାଙ୍କ ଆତ୍ମହତ୍ୟା, ବର୍ଷେ ପୂର୍ବେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ

ପୂର୍ବତନ କ୍ରିକେଟର ତେଚେଶ୍ବର ପୂଜାରାଙ୍କ ଶଳାଙ୍କ ଆତ୍ମହତ୍ୟା, ବର୍ଷେ ପୂର୍ବେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ଶଳା ଜିତ ପାବାରୀ ଆତ୍ମହତ୍ୟା କରିଥିବା ସୂଚନା । ନିଜ ଘରେ ରଶି ଲଗାଇ ଜିତ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ଶଳା ଜିତଙ୍କ ଆତ୍ମହତ୍ୟା ଖବର ପାଇଥିଲେ ପୂଜାରା । ସୂଚନାଯୋଗ୍ୟ, ଗତବର୍ଷ ଠିକ ଆଜିର ଦିନ ଅର୍ଥାତ ନଭେମ୍ବର ୨୬ ତାରିଖରେ ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ଦୁଷ୍କର୍ମ ଅଭିଯୋଗକୁ ନେଇ ସମସ୍ୟାରେ ଥିଲେ

୨୦୨୪ ନଭେମ୍ବରରେ ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ତାଙ୍କ ପୂର୍ବତନ ମଙ୍ଗେତର ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ରାଜକୋଟରେ ରହୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ନିର୍ବନ୍ଧ ପରେ ଜିତ ତାଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ବିନା କୌଣସି କାରଣରେ ବିବାହ ଭାଙ୍ଗି ଦେବା ସହ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏପରିକି ପୂଜାରାଙ୍କ ନାଁରେ ଯୁବତୀଙ୍କୁ ବାରମ୍ବାର ଧମକ ଦିଆଯାଉଥିବା ବି ଅଭିଯୋଗ ହୋଇଥିଲା । ଦୁଷ୍କମର୍ ସହ ଜିତ ତାଙ୍କୁ ମାଡ଼ ମାରୁଥିବା ନେଇ ମଧ୍ୟ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଯାହାକୁ ନେଇ ଜିତ ଡିପ୍ରେଶନରେ ଥିଲେ ।

କେମିତି ହେଲା ମୃତ୍ୟୁ ?

ରିପୋର୍ଟ ଅନୁସାରେ, ରାଜକୋଟରେ ରହୁଥିବା ଜିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ରଶି ଲଗାଇବା ପରେ ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଯିବା ସହ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜିତଙ୍କ ଘରୁ ପୋଲିସକୁ କୌଣସି ସୁଇସାଇଡ ନୋଟ୍ ମିଳି ନଥିବା ଜଣାପଡ଼ିଛି । ତେବେ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Latest Posts

Don't Miss