spot_img

Latest Posts

ପରିବାରରେ ଖୁସିର ଲହରୀ: ଦୀର୍ଘ ୪୫ ବର୍ଷ ପରେ ଘରକୁ ଫେରିଲେ ପୁଅ

ପରିବାରରେ ଖୁସିର ଲହରୀ । ବର୍ଷେ ନୁହେଁ କି ଦି ବର୍ଷ । ଦୀର୍ଘ ୪୫ ବର୍ଷ ପରେ ଘରକୁ ଫେରିଛନ୍ତି ପୁଅ । ପୁଅକୁ ମିଠା ଖୁଆଇ କୋଳେଇ ନେଉଛି ବୃଦ୍ଧା ମା ଓ ପୂରା ପରିବାର। ବାଲେଶ୍ୱର ସିମୁଳିଆ ଥାନା କୁଣ୍ଡି ଗାଁରେ ଖୁସିର ମାହୋଲ। ଗାଁର ରବୀନ୍ଦ୍ର ଜେନାଙ୍କ ବଡ଼ ପୁଅ ବସନ୍ତ ଦୀର୍ଘ ୪ ଦଶନ୍ଧି ପରେ ଘର ବାହୁଡ଼ା ହୋଇଛନ୍ତି। ୧୯ ବର୍ଷ ବୟସରେ ବାପାଙ୍କ ସହ ଝଗଡ଼ା କରି ଘରୁ ଚାଲିଯାଇଥିଲେ ଯେ ଆଉ ଫେରି ନଥେଲେ। ବଡ଼ ପୁଅକୁ ଝୁରିଝୁରି ବାପା ଆର ପାରିକୁ ଚାଲିଗଲେଣି l ବୁଢ଼ୀ ମା ବି ପୁଅ ବାଟକୁ ଚାହିଁ ଦିନରାତି ବିତାଉଥିଲେ। ଶେଷରେ ପୁଅ ଘରକୁ ଫେରିବା ପରେ ସବୁ କିଛି ଦୁଃଖ ଭୁଲିଯାଇଛନ୍ତି ମା।

୧୯ ବର୍ଷ ବୟସରେ ଘର ଛାଡ଼ି କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରିଥିଲେ ବସନ୍ତ l ଦୀର୍ଘ ୧୧ ବର୍ଷ କାମ କରିବା ପରେ ସେହି କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ତାଙ୍କର ଏକମାତ୍ର ଝିଅର ବିବାହ ସରିଯାଇଛି l ମାସେ ତଳେ ଘର କଥା ମନେ ପଡିବାରୁ ସେ ଘରକୁ ଫେରିଥିଲେ। ପରିବାର ଗହଣରେ କାଳ କାଟିବା ଲାଗି ଘରକୁ ଫେରିଲେ ବସନ୍ତ। ହେଲେ ଖୁସିର ଝଲକ ଦେଖିବା ଲାଗି ଇହଜଗତରେ ନଥିଲେ ବାପା। ଏହାକୁ ନେଇ ଆଖିରୁ ଲୁହ ଗଡାଇଛନ୍ତି ବସନ୍ତ।

Latest Posts

Don't Miss