spot_img

Latest Posts

ବାଲେଶ୍ବର ସମୁଦ୍ର ଉପକୂଳରେ ବିରଳ ଦୃଶ୍ୟ ; ଅଣ୍ଡା ଫୁଟିବା ପରେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡଲେ ଶାବକ

ନନ୍ଦିଘୋଷ ବ୍ୟୁରୋ : ମୁଦ୍ର ମୁହାଁ ଅଲିଭ୍ ରିଡଲେ । ଉପକୂଳରେ ଅଣ୍ଡାରୁ ଛୁଆ ଫୁଟିବା ପରେ ହଜାର ହଜାର କଇଛ ଏବେ ସମୁଦ୍ରମୁହାଁ ହୋଇଛନ୍ତି । ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ପରଖି, ତାଳସାରି ଚୌମୁଖ ଆଦି ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ଯ । ଅଲିଭ ରିଡଲେଙ୍କ ସଂରକ୍ଷଣ ନେଇ ପଦକ୍ଷେପ ଗ୍ରହଣ କରିଛି ବନ ବିଭାଗ । ସମୁଦ୍ରରୁ ମାଛମରା ଉପରେ କଟକଣା ସାଙ୍ଗକୁ ବେଳାଭୂମୀରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି ।

ସମୁଦ୍ର ମୁହାଁ ଅଲିଭ ରିଡଲେ । ଅଣ୍ଡାରୁ ଛୁଆ ଫୁଟିବା ପରେ ସମୁଦ୍ର ଆଡ଼କୁ ମୁହାଁଇଛନ୍ତି କଇଛ । ହଜାର ହଜାର ସଂଖ୍ୟାରେ ଏହି ଛୁଆ କଇଁଛ ସବୁ ସମୁଦ୍ର ଭିତରକୁ ଯାଉଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାପାଇଁ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ଯବସ୍ଥା । ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ପରିଖି, ମୁରଲିଚଢ଼ା, କିର୍ତ୍ତନୀୟା, ଚୌମୁଖ ଓ ତାଳସାରୀ ବେଳାଭୂମୀରେ ଦେଖିବାକୁ ମିଳିଛି ଏହି ବିରଳ ଦୃଶ୍ୟ । ରାତିରେ ଅଣ୍ଡାଦାନ ଆଉ ସକାଳେ ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି ଅଲିଭ ରିଡ଼ଲେ କଇଁଛ । ପାଗ ଅନୁକୂଳ ଥିବାରୁ ଜିଲ୍ଲାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କଇଛ ଅଣ୍ଡାଦାନ କରିଛନ୍ତି । ଗହୀରମଥାରେ ଅଲିଭ୍ ରିଡ଼ଲେ କଇଁଛ ଦେଖିବାକୁ ମିଳୁଥିବା ବେଳେ ଏବେ ବାଲେଶ୍ବର ସମୁଦ୍ର ଉପକୂଳରେ ମଧ୍ୟ କଇଛ ଅଣ୍ଡାଦାନ କରିଛନ୍ତି ।

ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ଓ ଜଳେଶ୍ବର ଡ଼ିଭିଜନରେ ୭ଟି ସ୍ଥାନରେ ଅଲିଭ ରିଡଲେ କଇଁଛଙ୍କ ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ଏହି ସବୁ ସମୁଦ୍ର କୂଳକୁ ଗତ ୨୦୨୦-୨୧ ବର୍ଷରେ ୨ଟି ଅଲିଭ ରିଡ଼ଲେ କଇଁଛ ଆସିଥିବାବେଳେ, ମୋଟ ୩୦୫ଟି ଛୁଆ ଜନ୍ମ କରିଥିଲେ । ସେହିପରି ୨୦୨୧-୨୨ରେ ୧୧ଟି କଇଁଛ, ୨୦୨୨-୨୩ରେ ୧୯ଟି ଓ ୨୦୨୩-୨୪ ବର୍ଷରେ ୭୧ଟି କଇଁଛ ଆସିଥିଲେ । ତେବେ  ୨୦୨୪-୨୫ ବର୍ଷରେ ୨ଶହ ଟି କଇଁଛ ଅଣ୍ଡା ଦେବାକୁ ଆସିଥିବା ବେଳେ ୧୭, ୮୨୮ ଟି ଛୁଆ ଜନ୍ମ କରିଛନ୍ତି । ସେମାନଙ୍କ ଗତୀବିଧି ଉପରେ ନଜର ରଖିବା ଓ ସୂରକ୍ଷା ଦାୟିତ୍ବରେ ୩୫ ଜଣ ଜଗୁଆଳୀଙ୍କୁ ନିଯୁକ୍ତି କରାଯାଇଛି । ଏଥିପାଇଁ ପ୍ରତିବର୍ଷ ନଭେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବେଳାଭୂମୀକୁ ପରିସ୍କାର ରଖିବା ସହ କଟକଣା ଜାରି କରାଯାଉଛି । ଧୀରେ ଧୀରେ ଅଲିଭ ରିଡ଼ଲେ ପ୍ରଜାତୀର କଇଁଚ ଉପକୂଳ ମୁହଁ ହେଉଥିବା ବେଳେ ସଚେତନ ଅଭାବରୁ ଅନେକଙ୍କ ମୃତ୍ଯୁ ହେଉଥିବା କହିଛି ବନ ବିଭାଗ ।

Latest Posts

Don't Miss