ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ। ଭାରତୀୟ ଅଧିନାୟକ ଭାବରେ ରିଷଭ ପନ୍ତଙ୍କର ଏହା ପ୍ରଥମ ଟେଷ୍ଟ୍ ହେବ। ଭାରତ ସିରିଜ୍ ରେ ୦-୧ ପଛରେ ଅଛି। ତେଣୁ ସିରିଜ୍ ଡ୍ରରେ ଶେଷ କରିବାକୁ ହେଲେ ଯେକୌଣସି ଭାବେ ଏହି ଟେଷ୍ଟ୍ ଜିତିବାକୁ ପଡିବ। ଦକ୍ଷିଣ ଆଫ୍ରିକାର ବାଭୁମା ପୁଣି ଥରେ ଟେଷ୍ଟ୍ ଅଧିନାୟକ ଭାବରେ ପଡିଆକୁ ଓହ୍ଲାଇବେ। ଗୌହାଟୀ ବରସାପାରା କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ଟେଷ୍ଟ୍ ର ସମୟ ପ୍ରଥମ ମ୍ୟାଚ୍ ଠାରୁ ଭିନ୍ନ । ଗୌହାଟି ପ୍ରଥମ ଥର ପାଇଁ ଏହି ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି । ରିଷଭ ପନ୍ତ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ଭାବରେ କାର୍ଯ୍ୟ କରିବେ। ଦଳର ଅଧିନାୟକତ୍ୱ କରିବାରେ ୩୮ ତମ ଭାରତୀୟ ହେବେ ରିଷଭ। ଶୁଭମନ ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଆଘାତ ଯୋଗୁଁ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ରହିଛି।
ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା ରିଷଭ ପନ୍ତ କହିଛନ୍ତି ଯେ ପ୍ରଥମେ ବୋଲିଂ କରିବା ଏଠାରେ ଏକ ଖରାପ ବିକଳ୍ପ ନୁହେଁ।
ଭାରତର ପ୍ଲେଇଂ୧୧
ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ ଏବଂ ଉଇକେଟ୍କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସିରାଜ।
ଦକ୍ଷିଣ ଆଫ୍ରିକାର ପ୍ଲେଇଂ୧୧
ଏଡେନ ମାର୍କ୍ରମ, ରିଆନ ରିକେଲଟନ, ୱାଇଆନ ମୁଲଡର, ଟୋନି ଡି ଜୋରଜି, ଟେମ୍ବା ବାବମା (ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନ ( ଉଇକେଟ୍ କିପର), ମାର୍କୋ ଜାନସେନ, ସେନୁରାନ ମୁଥୁସାମି, ସାଇମନ ହାର୍ମର, କେଶବ ମହାରାଜ।

