ନନ୍ଦିଘୋଷ ବ୍ୟୁରୋ : ବିହାରରେ ପୁଣି ନୀତୀଶ ସରକାର । ଦଶମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ନୂଆ ଓ ପୁରୁଣା ଚେହେରା । ଉତ୍ସବରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି, ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏନଡିଏର ମେଗା ଶକ୍ତି ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି । ଏହି ଅବସରରେ ନୀତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ବରେ ବିହାର ବିକାଶର ଏକ ନୂଆ ସୋପାନରେ ପହଞ୍ଚିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
Congratulate Shri @NitishKumar ji on being sworn in as the Chief Minister of #Bihar. I wish, under your leadership the state reaches new heights of development. Best wishes.
— Naveen Patnaik (@Naveen_Odisha) November 20, 2025

