ନନ୍ଦିଘୋଷ ବ୍ୟୁରୋ : ନିଜେ ଚାଲିଗଲେ, ହେଲେ ବଞ୍ଚାଇଲେ ୪୦ ଯାତ୍ରୀଙ୍କ ଜୀବନ। । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ର ବସ୍ ବିଶାଖାପାଟଣାରୁ ମାଲକାନଗିରି ଯାଉଥିବାବେଳେ ଅଘଟଣ। ଗୁରୁବାର ରାତିରେ କୋରାପୁଟ ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ଡ୍ରାଇଭର ସାଇ କ୍ରିଷ୍ଣା ରାସ୍ତା କଡ଼ରେ ବସକୁ ଛିଡ଼ା କରିଥିଲେ। ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୪୦ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଲା।

