ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ମର୍ମନ୍ତୁଦ ଦୁର୍ଘଟଣା। ବିଏମଡବ୍ଲୁ କାର ଧକ୍କାରେ ଜଣେ ଭାରତୀୟ ଗର୍ଭବତୀଙ୍କ ମୃତ୍ୟୁ। ସିଡନୀରେ କାର ଧକ୍କାରେ ଯାଇଛି ୮ ମାସର ଗର୍ଭବତୀ ସମନଭିତା ଧରେଶ୍ବର ନାମ୍ନୀ ମହିଳାଙ୍କ ଜୀବନ। ସ୍ବାମୀ ଓ ୩ ବର୍ଷର ପୁଅ ସହ ସହ ଚାଲି ଚାଲି ଯାଉଥିବାବେଳେ ଏକ ଦ୍ରୁତଗାମୀ ବିଏମଡବ୍ଲୁ କାର୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇଥିଲେ ୩୩ ବର୍ଷ ବୟସ୍କ ସମନଭିତା। ତାଙ୍କୁ ସ୍ଥାନୀୟ ୱେଷ୍ଟମେଡ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାର୍ ଧକ୍କାରେ ଗର୍ଭସ୍ଥ ଶିଶୁର ବି ମୃତ୍ୟୁ ଘଟିଥିଲା। ପୋଲିସ ସୂଚନା ମୁତାବକ ଶୁକ୍ରବାର ରାତି ୮ଟାରେ ଏକ କିଆ କାର୍ନିଭାଲ କାରରୁ ସିଡନୀର ଜର୍ଜ ସେଣ୍ଟର ନିକଟରେ ଧରେଶ୍ବର ଓ ପରିବାର ଓହ୍ଲାଇଥିଲେ। ସେମାନେ ଚାଲି ଚାଲି ଯାଉଥିବାବେଳେ ବିଏମଡବ୍ଲୁ ତାଙ୍କୁ ଧକ୍କା ଦେଇଥିଲା। ସ୍ବାମୀ ଓ ୩ ବର୍ଷର ପୁଅ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାରର ଚାଳକକୁ ଗିରଫ କରିଛି ପୋଲିସ।

