spot_img

Latest Posts

ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କଲେ ଐଶର୍ଯ୍ୟା, କାରଣ ଜାଣିଲେ ଆପଣ ବି କହିବେ…

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଆନ୍ଧ୍ରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସତ୍ୟସାଇଙ୍କ ଜନ୍ମ ଶତବାର୍ଷୀକ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ସତ୍ୟସାଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତେବେ ଏହି ଉତ୍ସବରେ ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟବଚ୍ଚନ ମଧ୍ୟ ନଜର ଆସିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ ପୋତି ପକାଇଥିଲେ ଐଶର୍ଯ୍ୟା ।

ଐଶ୍ୱର୍ଯ୍ୟା ରାୟ କହିଛନ୍ତି, “ଆଜି ଆମ ସହିତ ଉପସ୍ଥିତ ରହିବା ଏବଂ ଏହି ବିଶେଷ ଅବସରକୁ ସାକାର କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ମୁଁ ଆପଣଙ୍କର ପ୍ରେରଣାଦାୟକ, ମାର୍ଗଦର୍ଶକ ଏବଂ ଶକ୍ତିଶାଳୀ ଚିନ୍ତାଧାରା ଶୁଣିବାକୁ ଅପେକ୍ଷା କରିଛି। ଆପଣଙ୍କର ଉପସ୍ଥିତି ଏହି ଶତାବ୍ଦୀ ପାଳନକୁ ସ୍ୱତନ୍ତ୍ର କରିଥାଏ ଏବଂ ଆମକୁ ସ୍ୱାମୀଙ୍କ ବାର୍ତ୍ତାକୁ ମନେ ପକାଇଥାଏ ଯେ ପ୍ରକୃତ ନେତୃତ୍ୱ ହେଉଛି ସେବା, ଏବଂ ମାନବତାର ସେବା ହେଉଛି ଈଶ୍ୱରଙ୍କ ସେବା।” ଐଶ୍ୱର୍ଯ୍ୟା ରାୟ ଆହୁରି କହିଛନ୍ତି, “ଭଗବାନ ଶ୍ରୀ ସତ୍ୟସାଇ ବାବା ପ୍ରାୟତଃ ପାଞ୍ଚଟି ‘ଡି’ ବିଷୟରେ କହୁଥିଲେ। ପାଞ୍ଚଟି ଗୁଣ ଯାହା ଜୀବନକୁ ଅର୍ଥପୂର୍ଣ୍ଣ, ଉଦ୍ଦେଶ୍ୟମୂଳକ ଏବଂ ଆଧ୍ୟାତ୍ମିକ ଭାବରେ ଦୃଢ଼ କରିଥାଏ।

Latest Posts

Don't Miss