spot_img

Latest Posts

ପୁଣି ଆମେରିକା ରାଷ୍ଟ୍ରପତିଙ୍କ ଦୋମୁହାଁ ନୀତି

ନନ୍ଦିଘୋଷ ବ୍ୟୁରୋ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦୋମୁହାଁ ନୀତି। ଆମେରିକାର ଗୁଇନ୍ଦା ତଥ୍ୟକୁ ଏଡାଇ ସାଉଦିଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ଓଭାଲ ଅଫିସରେ ହୋଇଛି ଟ୍ରମ୍ପ ଓ ସଲମାନଙ୍କ ଭେଟଘାଟ। ବହୁଚର୍ଚ୍ଚିତ ୱାଶିଂଟନ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ପଛରେ ସଲମାନଙ୍କ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ୨୦୧୮ରେ ଖାସୋଗୀଙ୍କୁ ହତ୍ୟା କରିବା ଲାଗି ସଲମାନ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ସଲମାନ କିଛି ଜାଣନ୍ତି ନାହିଁ ବୋଲି ଟ୍ରମ୍ପ କହିବା ପରେ ବିବାଦ ବଢ଼ିଛି। ସଲମାନଙ୍କ ସହ ଭେଟଘାଟ ପୂର୍ବରୁ ଟ୍ରମ୍ପ କହିଥିଲେ- ଖାସୋଗିଙ୍କ ହତ୍ୟା ସମ୍ପର୍କରେ ସଲମାନ କିଛି ଜାଣନ୍ତି ନାହିଁ।

ସେ ବର୍ତ୍ତମାନ ଆମେରିକାର ଅତିଥି ଭାବେ ଆସିଛନ୍ତି। ତାଙ୍କ ସମ୍ପର୍କରେ କୌଣସି ଭ୍ରମାତ୍ମକ ତଥ୍ୟ ଦେବା ଅନୁଚିତ। ୨୦୧୮ରେ ତୁର୍କୀ ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦିଆରବ କନସୁଲେଟରେ ଖାସୋଗୀଙ୍କ ହତ୍ୟା ଘଟଣା ବିଶ୍ବବ୍ୟାପୀ ଚର୍ଚ୍ଚାର କାରଣ ହୋଇଥିଲା। ତେବେ ଏହି ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ସଲମାନ। ୨୦୨୦ ନିର୍ବାଚନ ପ୍ରଚାର ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ବି ଖାସୋଗୀ ହତ୍ୟା ପ୍ରସଙ୍ଗରେ ମହମ୍ମଦଙ୍କଠାରୁ ଦୂରେଇ ଯାଇଥିଲେ। ଆମେରିକାରେ ସାଉଦିଆରବ ୧ ଟ୍ରିଲିୟନ ଡଲାର ନିବେଶ କରିବାକୁ ଯାଉଥିବାରୁ ଦୁଇ ରାଷ୍ଟ୍ର ମଧ୍ଯରେ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ଚାହୁଁଛନ୍ତି ଟ୍ରମ୍ପ। ଖାସୋଗୀ ହତ୍ୟା ମାମଲା ସମ୍ପର୍କରେ ଗତ ୨୦୨୧ରେ ଆମେରିକୀୟ ଗୁଇନ୍ଦା ବିଭାଗ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଥିଲା। ସେଥିରେ ଖାସୋଗୀଙ୍କ ହତ୍ୟା ଲାଗି ମହମ୍ମଦ ବିନ ସଲମାନ ନିର୍ଦ୍ଦେଶ ଦେଇଥିଲେ ବୋଲି କୁହାଯାଇଥିଲା। ଖାସୋଗୀ ଜଣେ କଟ୍ଟର ସମାଲୋଚକ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଯାଇଥିଲା।

Latest Posts

Don't Miss