spot_img

Latest Posts

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଝଟକା

ନନ୍ଦିଘୋଷ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଝଟକା। ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଛି ଆମେରିକା। ଅନମୋଲକୁ ବହିଷ୍କାର କରିଛି ଆମେରିକା ଡିପାର୍ଟମେଣ୍ଟ ଅଫ ହୋମଲ୍ଯାଣ୍ଡ ସିକୁରିଟି। ବାବା ସିଦ୍ଦିକୀ ମର୍ଡର, ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ବଲିଉଡ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ଗୁଳିମାଡ ଘଟଣାରେ ଭାରତ ପକ୍ଷରୁ ୱାଣ୍ଟେଡ ଥିଲା ଅନମୋଲ। ଗତବର୍ଷ ନଭେମ୍ବରରେ ଆମେରିକାରେ ଗିରଫ ହୋଇଥିଲା ଅନମୋଲ। ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରତ୍ୟର୍ପଣ ପ୍ରକ୍ରିୟା। ତା ନାମରେ ଜାରି ହୋଇଥିଲା ରେଡ କର୍ଣ୍ଣର ନୋଟିସ। ତା ନାମରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନମୋଲ ନାମରେ ୧୮ଟି ମାମଲା ରହିଛି। ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇର ନୀଲମନଗର ଇଲାକାରେ ପୁଅ ଜିସାନ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିଲେ ୩ ଦୁର୍ବୃତ୍ତ। ବାବା ସିଦ୍ଦିକୀଙ୍କୁ ଶିବ କୁମାର ଗୌତମ ୬ ରାଉଣ୍ଡ ଫାୟାର କରିଥିବାବେଳେ ସେଥିରୁ ୩ ଟି ଗୁଳି ସିଦ୍ଦିକୀଙ୍କ ଶରୀର ଭେଦ କରିଥିଲା। ଶିବକୁମାରକୁ ସହଯୋଗ କରିଥିଲେ ହରିଆଣାର ଗୁରୁମେଲ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ। ଏହି ଘଟଣାରେ ଶିବକୁ ଧରିଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ।

Latest Posts

Don't Miss