ନନ୍ଦିଘୋଷ ବ୍ୟୁରୋ : ଆଜି ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଚୟନ କରାଯିବ କଳାକାର । ଭିନ୍ନ ଭିନ୍ନ ଅଭିନୟ ପାଇଁ ଶନିବାର ଠାରୁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ଧନୁଯାତ୍ରାର ମୁଖ୍ୟ ନାୟକ ମହାରାଜ କଂସଙ୍କ ସମେତ ପାର୍ଶ୍ଵ କଳାକାର ଦେବକୀ,ବାସୁଦେବ,ନାରଦ,ଅକ୍ରୁର, ମହାମନ୍ତ୍ରି, ସାର୍ତ୍ତକି ଆଦି ମୁଖ୍ୟ କଳାକାର ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି । ଚଳିତ ବର୍ଷ କଳାକାର ଚୟନ ପ୍ରକ୍ରିୟାରେ ସର୍ବମୋଟ ୨୯୧ ଜଣ ପ୍ରାର୍ଥୀ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସେହି ମଧ୍ୟରୁ କେବଳ ମହାରାଜ କଂସ ଭୂମିକା ପାଇଁ ୪୪ଜଣ ପ୍ରାର୍ଥୀ ତାଙ୍କର ନାମଙ୍କ ଭରିଛନ୍ତି । ଗତ ଦୁଇ ଦିନରେ ବିଭିନ୍ନ ଭୂମିକା ପାଇଁ ଅନେକ କଳାକାର ନିଜ କଳା ପ୍ରଦର୍ଶନ କରିଥିବା ବେଳେ ଆଜି କଂସ ଭୂମିକା ପାଇଁ ନିଜ କଳାର ପଦର୍ଶନ କରିବେ କଳାକାର । ସ୍ଥାନୀୟ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଜାରି ରହିଛି ।

