spot_img

Latest Posts

ରାଜ୍ୟରେ ଶୀତ ଲହରି ଜାରି, ବିଭିନ୍ନ ସ୍ଥାନରେ ଖସୁଛି ପାରଦ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତ ଲହରି । ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଉତ୍ତର ଓ ଦକ୍ଷିଣ ଓଡ଼ିଶା । ଉତ୍ତର ପଟୁ ଶୁଷ୍କ ପବନ ପ୍ରବାହ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସବୁଠାରୁ କମ ୮ ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସେହିଭଳି ଫୁଲବାଣୀରେ ସବୁଠୁ କମ୍ ୯. ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ରାତ୍ରି ତାପମତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଯାଏଁ କମ ରହିଛି I ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଯାଏଁ କମ ତାପମାତ୍ରା ରେକର୍ଡ ହୋଇଛି I କୋରାପୁଟ ପାହାଡିଆ ଅଞ୍ଚଳରେ କୁହୁଡି ଦେଖିବାକୁ ମିଳିଛି । ପ୍ରାୟ ଅଞ୍ଚଳରେ ୧୦୦ ମିଟର ଦୃଶ୍ୟମାନ ଦୂରତା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ ଶୁଖିଲା ପାଗ ଜାରି ରହିଥିବା ବେଳେ ଆସନ୍ତା ଦୁଇ ଦିନ ଆହୁରିୁ ତାପମାତ୍ରା କମିବ ବୋଲି କୁହାଯାଇଛି ।

Latest Posts

Don't Miss