spot_img

Latest Posts

ଏମିତି ଗାଁ ଯେଉଁଠି ବିଜୁଳି ଆଲୁଅ ସାତସପନ, କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା

ନନ୍ଦିଘୋଷ ବ୍ୟୁରୋ: ଦେଶ ସ୍ବାଧୀନତାକୁ ୭୯ ବର୍ଷ ବିତିଥିଲେ ସୁଦ୍ଧା ଆଜି ବି ଏଭଳି ଗାଁ ଅଛି ଯେଉଁଠି ନିତିଦିନିଆ ଜୀବନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ବିଜୁଳି ଆଲୁଅ ଏଠି ସାତ ସପନ। ରାତିର କିଟିକିଟି ଅନ୍ଧାରରେ ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ ଲୋକେ । ଭରସା ସାଜିଛି ଟର୍ଚ୍ଚ ଲାଇଟ ଓ ମହମବତୀ । ଏମିତି କି ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ। ସୋଲାର ଲାଇଟ ଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଆଦିବାସୀ ଉପାନ୍ତ ସୁବର୍ଣ୍ଣପୁର ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ।

ସଞ୍ଜ ନଇଁଲେ ପଡୁଛି ତାଟି କବାଟ। ଡରାଉଛି କିଟିକିଟି ଅନ୍ଧାର । ଶୂନଶାନ ହୋଇଯାଉଛି ଗାଁ ଦାଣ୍ଡ । କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା। ବିଜୁଳି ଆଲୁଅ ଏଠି ସାତ ସପନ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଆଦିବାସୀ ଉପାନ୍ତ ସୁବର୍ଣ୍ଣପୁର ଗାଁରେ ପହଞ୍ଚି ପାରିନି ବିଦ୍ୟୁତ । ଗାଁରେ ବସ ବାସ କରନ୍ତି ପଚିଶିରୁ ଅଧିକ ପରିବାର। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁଟି ସମ୍ପୂର୍ଣ୍ଣ ଅନ୍ଧାର । ସୋଲାର ଲାଇଟ ଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁ ନାହିଁ l କିରାସିନି ଟୋପାଏ ବି ମିଳୁ ନଥିବାରୁ  ମହମବତୀର ମିଞ୍ଜି ମିଞ୍ଜି ଆଲୁଅରେ ଭବିଷ୍ୟତ ଗଢ଼ିବାକୁ ଚାଲିଛି ଚେଷ୍ଟା।

ବିଜୁଳି ଆଲୁଅ ନଥିବାରୁ ଲୋକେ ସନ୍ଧ୍ୟା ରୁ ହିଁ ରୋଷେଇ କାର୍ଯ୍ୟ ସାରି ଘରେ କବାଟ କିଳି ରୁହନ୍ତି।  ଅନେକ ସମୟରେ ଗାଁ କୁ ହିଂସ୍ର ଜନ୍ତୁ ଙ୍କ ଭୟ ବି ରହିଛି। ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ବିଡିଓଙ୍କ ସହ କଥା ହେବା ସହ ଗାଁ ବିକାଶ ଓ ସମସ୍ୟାର ସମାଧାନ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

 

Latest Posts

Don't Miss