ବିହାର ବିଧାନସଭା ମତଗଣନାର ପରିଣାମ ସାମ୍ନାକୁ ଆସିଛି । ଏଗଜିଟ ପୋଲସ ସଠିକ ତଥ୍ୟ ଅନୁମାନ କରିବାରେ ବିଫଳ ହୋଇଛନ୍ତି, ଏହା ପୁଣି ଥଣେ ପ୍ରମାଣିତ ହୋଇଛି । ରାଜ୍ୟର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁତ ସଂଖ୍ୟା ୧୨୨ । ଏହା ମଧ୍ୟରେ ଏନଡିଏ-ଜେଡିୟୁ ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗୁଆ ହୋଇଛନ୍ତି । ଏହାଦ୍ବାରା ଅନେକ ନାମିଦାମୀ ଏଗଜିଟ ପୋଲସଙ୍କ ଅନୁମାନ ଭୁଲ ପ୍ରମାଣିତ ହୋଇଛି । ଅଧିକାଂଶ ଏଗଜିଟ ପୋଲ୍ସ ଏନଡିଏକୁ ୧୪୦-୧୫୦ ପର୍ଯ୍ୟନ୍ତ ଆସନ ମିଳିବାର ଅନୁମାନ କରିଥିଲେ । କିଛି ଏଗଜିଟ ପୋଲସ ୧୬୦ ପର୍ଯ୍ୟନ୍ତ ଆସନ ଅନୁମାନ କରିଥିଲେ । ମାତ୍ର ଏହି ସବ ଆକଳନ ଫେଲ୍ ମାରିଥିଲା । ବିହାରରେ ଇତିହାସ ପୁଣି ଥରେ କଡ଼ ଲେଉଟାଇଛି । ଏନଡିଏକୁ ୨୦୧୦ ପରି ବିଜୟ ମିଳିବାକୁ ଯାଉଛି ।
ବିହାର ନିର୍ବାଚନରେ ଏଥର ଭୋଟିଂର ସବୁ ରେକର୍ଡ ଚୁରମାର ହୋଇଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୭.୧୪ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ, ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ଭୋଟିଂ ହୋଇଥିଲା । ଏଥର ରାଜ୍ୟର ସର୍ବାଧିକ ମତଦାନ ରେକର୍ଡ କରିଛି । ଗତ ୩ଟି ବିଧାନସଭା ନିର୍ବାଚନ (୨୦୧୦, ୨୦୧୫, ୨୦୨୦)ରେ ଏଗଜିଟ ପୋଲସ ମୁତାବକ, ସର୍ଭେ ଏଜେନ୍ସିମାନେ ଭୋଟରଙ୍କ ମୁଡ଼କୁ ଠିକରେ ଆକଳନ କରିପାରିନଥିଲେ । ୨୦୧୫ରେ ଏନଡିଏ ବହୁମତ ହାସଲ ନେଇ ଏଗଜିଟ ପୋଲ ଆକଳନ କରିଥିଲା । ମାତ୍ର ଆରଜେଡି-ଜେଡିୟୁ-କଂଗ୍ରେସ ବହୁମତ ହାସଲ କରିଥିଲେ । ୨୦୨୦ରେ ମହାଗଠବନ୍ଧନ ବିଜୟ ନେଇ କିଛି ଏଜେନ୍ସି ଅନୁମାନ କରିଥିଲେ । ମାତ୍ର ଏନଡି ୧୨୫ ଆସନରେ ଜିତି ସରକାର ଗଠନ କରିଥିଲା । ଅର୍ଥାତ ଅଧିକାଂଶ ଥର ପୋଲସ ଭୁଲ ପ୍ରମାଣିତ ହୋଇଛି ।

