ବିହାର ବିଧାନସଭା ନିର୍ବାଚନରେ ଆଜି ଭୋଟ ଗଣତି ଚାଲିଛି । ଏହା ମଧ୍ୟରେ ଜେଡିୟୁ ଓ ବିଜେପି ମେଣ୍ଟ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ମେଣ୍ଟର ପ୍ରାର୍ଥୀମାନେ ୧୮୯ଟି ଆସନରେ ଆଗରେ ରହିଛନ୍ତି । ଜେଡିୟୁ ୭୬ଟିରେ ଓ ବିଜେପି ୮୬ଟିରେ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ଆରଜେଡି ମାତ୍ର ୩୫ଟି ଆସନରେ ଆଗରେ ରହିଛି । ଗତ ୨୦୨୦ ମସିହାର ବିଧାନସଭା ନିର୍ବାଚନ ଅପେକ୍ଷା ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ ହେଁ ତାହା ଫସଲ ଫାଟି ଯାଇଛି ।
ତେବେ ଏଥର ସବୁଠାରୁ ବଡ଼ ଚର୍ଚ୍ଚାରେ ରହିଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବ । ତେଜ ପ୍ରତାପ ୧୪ ହଜାର ୭୦୭ ଖଣ୍ଡ ଭୋଟ ପଛରେ ରହିବା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ) ପାର୍ଟିର ପ୍ରାର୍ଥୀ ସଞ୍ଜୟ କୁମାର ସିଂ ୧୯,୧୦୬ ଖଣ୍ଡ ଭୋଟ, ଆରଜେଡି ପ୍ରାର୍ଥୀ ମୁକେଶ କୁାମର ରାଉଶନ ୧୩,୮୨୮, ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ ପ୍ରାର୍ଥୀ ଅମିତ କୁମାରଙ୍କୁ ୬୮୭୫ ଖଣ୍ଡ, ତେଜ ପ୍ରତାପଙ୍କୁ ୪,୩୯୯ ଖଣ୍ଡ ଭୋଟ ମିଳିଛି ।

