ଲୋକଗାୟିକା ମୌଥିଲୀ ଠାକୁର ଚଳିତ ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି । ତେବେ ପ୍ରାରମ୍ଭିକ ଗଣତିରେ ମୌଥିଲୀ ଆଗୁଆ ରହିଛନ୍ତି । ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ମୌଥିଲୀ ନିଜର ଲୋକଗୀତକୁ ନେଇ ବେଶ୍ ଜଣାଶୁଣା ଥିବାବେଳେ ବିହାରରେ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ମୌଥିଲୀ ବିଜେପି ଟିକେଟରେ ଦରଭଙ୍ଗାର ଅଲୀନଗର ଆସନରୁ ଲଢ଼ୁଛନ୍ତି । ନିର୍ବାଚନ ପ୍ରଚାର ସମୟରେ ମୌଥିଲୀ ବହୁ ପରିଶ୍ରମ କରିଥିଲେ ।
ମୌଥିଲୀ ୨୨,୨୩୬ଟି ଭୋଟ ପାଇ ୮୫୪୪ଟି ଭୋଟରେ ଆଗୁଆ ରହିଛନ୍ତି । ଆରଜେଡି ପ୍ରାର୍ଥୀ ବିନୋଦ ମିଶ୍ର ୧୩,୬୪୪ଟି ଭୋଟ ପାଇଛନ୍ତି । ଜନ ସୁରାଜ ପାର୍ଟିର ପ୍ରାର୍ଥୀ ବିପ୍ଲବ କୁମାର ଚୌଧରୀ ୬୮୬ଟି ଭୋଟ ପାଇଛନ୍ତି ।

