spot_img

Latest Posts

ବିହାରରେ ବିଧାନସଭା ନିର୍ବାଚନ ଭୋଟ ଗଣତି: କେତୋଟି ଆସନରେ କିଏ ଆଗରେ

ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ପାଇଁ ୪୬ଟି କେନ୍ଦ୍ରରେ ସକାଳ ୮ଟାରୁ ଗଣନା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଏନଡିଏ ୧୫୬ଟି ଆସନରେ ଓ ମହାଗଠବନ୍ଧନ ୮୧ଟି ଆସନରେ ଆଗୁଆ ରହିଛି । ଏହାଛଡ଼ା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ୩ଟି ଆସନରେ ଆଗୁଆ ରହିଛି । ଚିରାଗ ପାସଓ୍ବାନ ୧୭ଟି ଆସନରେ ଓ ଅସଦୁଦ୍ଦୀନ ଓଓ୍ବେସୀଙ୍କ ଏଆଇଏମଆଇଏମ ବଲରାମପୁର ଆସନରେ ଆଗୁଆ ରହିଛି । ୨୪୩ଟି ଆସନ ପାଇଁ ନଭେମ୍ବର ୬ ଓ ୧୧ରେ ମତଦାନ ହୋଇଥିଲା । ୬୭.୧୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ୭.୪୫ କୋଟି ମତଦାତା ୨୬୧୬ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଜେଡିୟୁ ୭୦ଟି ଆସନରେ, ବିଜେପି ୬୫ରେ, ଆରଜେଡି ୫୨ଟିରେ, କଂଗ୍ରେସ ୨୦ଟିରେ, ଏଲଜେପି (ଆରଭି) ୧୮ଟିରେ ଆଗୁଆ ରହିଛି । ଜେଡିୟୁ ଓ ବିଜେପି ମେଣ୍ଟ ଏଥର ରାଜ୍ୟରେ ବିଜୟୀ ହେବା ନେଇ ଅଧିକାଂଶ ଏଗଜିଟ ପୋଲ ଅନୁମାନ କରିଛନ୍ତି ।

Latest Posts

Don't Miss