spot_img

Latest Posts

ବାଂଲାଦେଶରେ ପାକିସ୍ତାନର ବିବାଦୀୟ ମୌଲାନା, ଭାରତ ବିରୋଧରେ ରଚିବ ଷଡଯନ୍ତ୍ର !

ବାଂଲାଦେଶରେ ପାକିସ୍ତାନର ବିବାଦୀୟ ମୌଲାନା, ଭାରତ ବିରୋଧରେ ରଚିବ ଷଡଯନ୍ତ୍ର !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଚକ୍ରବ୍ୟୁହରେ ଧିରେ ଧିରେ ଫସିବାରେ ଲାଗିଛି ବାଂଲାଦେଶ । ନିକଟ ଅତୀତରେ ପାକିସ୍ତାନୀ ସେନା ଅଧିକାରୀମାନେ ବାଂଲାଦେଶ ଗସ୍ତ କରିଥିଲେ । ଏବେ ପାକିସ୍ତାନ ଧାର୍ମିକ ନେତା ତଥା ଜମିୟତ ଉଲେମା ଏ ଇସଲାମ ପ୍ରମୁଖ ମୌଲାନା ଫଜଲୁର ରହମାନ ଢାକରେ ପହଞ୍ଚିଛି । ଯାହା ଭାରତ ପାଇଁ କେବେ ବି ଭଲ ଖବର ହୋଇ ନପରେ । କାରଣ ଫଜୁଲର ପାକିସ୍ତାନର ଜଣଷ ବିବାଦୀୟ ନେତା ଭାବେ ପରିଚିତ । ସେ ବାଂଲାଦେଶରେ ଏକାଧିକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ । ଢାକାର ସୁହରାବାର୍ଦି ଏଭେନ୍ୟୁରେ ଆୟୋଜିତ ଏକ ବଡ ଜଲାସାର ମଧ୍ୟ ଅଂଶ ହେବେ । ଏହି କାର୍ଯ୍ୟକ୍ରମ ଜରିଆରେ ମୌଲାନା ରହମାନ ଅହମଦିଙ୍କୁ ଅଣ ମୁସଲମାନ ଘୋଷଣା କରିବାକୁ ହେଉଥିବା ଦାବିକୁ ସମର୍ଥନ ଦେବେ ଓ ମୁସଲମାନଙ୍କୁ ଇସଲାମର ଶତ୍ରୁଙ୍କ ବିରୋଧରେ ଜେହାଦରେ ସାମିଲ ହେବାକୁ ଆହ୍ବାନ ଦେବେ ।

ଧର୍ମିକ ସଭା ଆଳରେ ଜେହାଦକୁ ବଢ଼ାଇବାକୁ ଯୋଜନା

ମୌଲାନା ଫଜଲୁର ରହମାନଙ୍କ ଏହି ଯାତ୍ରାର ଉଦ୍ଦେଶ୍ୟ ଧାର୍ମିକ ଓ ଚିନ୍ତାଶୀଳ କାର୍ଯ୍ୟକ୍ରମରେ ସାମିଲ ହେବା ରହିଛି । ହେଲେ ଧାର୍ମିକ ସଭା ଆଳରେ ରହମାନ ଭାରତ ବିରୋଧରେ ବାଂଲାଦେଶୀଙ୍କ ମନରେ ବିଷ ବୋଲିବାର କାମ କରିବାକୁ ଯାଉଥିବା କୁହାଯାଉଛି । ସେ କହିଛନ୍ତି, ବାଂଲାଦେଶରେ ଏକାଧିକ ଇସଲାମିକ ସମ୍ମେଳନ, ମଦ୍ରାସା ସଭା ଓ ଅନ୍ତରାଷ୍ଟ୍ରିୟ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ । ତାଙ୍କ ସହ JUI-F ର ବରିଷ୍ଠ ନେତାବି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ଢାକା ଓ ଚଟଗାଁଓ ସହରରେ ହେବାକୁ ଥିବା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ପାକିସ୍ତାନ ଓ ବାଂଲାଦେଶର ଧାର୍ମିକ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଓ ବିଚାରକୁ ବଢ଼ାଇବା ତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି । ସେ ବାଂଲାଦେଶର ପ୍ରମୁଖ ଇସଲାମ ବିଦ୍ବାନ, ସଙ୍ଗଠନ ଓ ମଦ୍ରାସା ପ୍ରମୁଖଙ୍କୁ ଭେଟିବେ । ହେଲେ ତାଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସମସ୍ତଙ୍କୁ ଜଣା ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ମୌଲାନାଙ୍କ ଏହି ଗସ୍ତ କେବଳ ଧାର୍ମିକ ନୁହେଁ । ମୌଲାନା ରହମାନ ଦକ୍ଷିଣ ଏସିଆରେ ଇସଲାମିକ ରାଜନୈତିକ ନେଟଓ୍ବର୍କକୁ ଦୃଢ଼ କରିବା ଓ ନିଜ ଅନ୍ତରାଷ୍ଟ୍ରୀୟ ଶାଖା ବଢ଼ାଇବାକୁ ବି ଚେଷ୍ଟା କରିବେ । ବାଂଲାଦେଶ ପରି ଦେଶରେ ଧାର୍କିମ ରାଜନୀତି ଉପରେ ସମସ୍ତଙ୍କ ନଜର ରହିଥାଏ । ଏମିତି ସ୍ଥିତିରେ ରହମାନଙ୍କ ଉପସ୍ଥିତି ଏହାର ମହତ୍ବକୁ ଆହୁରି ବଢ଼ାଇ ଦେଉଛି ।

Latest Posts

Don't Miss