spot_img

Latest Posts

କାହିଁକି ରାଗିଗଲେ ସନ୍ନି ଦେଓଲ ? ଫଟୋ ଗ୍ରାଫରଙ୍କୁ କହିଲେ…

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ଧର୍ମେନ୍ଦ୍ର ଚିକିତ୍ସିତ ହୋଇ ଏବେ ନିଜ ଘରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ମାତ୍ର ଦୁଇଦିନ ତଳେ ତାଙ୍କର ପରଲୋକ ହୋଇଥିବା ନେଇ ଏକ ଗୁଜବ ପ୍ରଚାର ହୋଇଥିଲା । ଯାହାକି ବେଶ ଭାଇରାଲ ହୋଇଥିଲା । ଏପରିକି ଗଣମାଧ୍ୟମରେ ମଧ୍ୟ ଖବର ବାଜିଥିଲା କି, ତାଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ଏବେ ସେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କ ଘର ସମ୍ମୁଖରେ ଫ୍ୟନ୍ସଙ୍କ ଭିଡ଼ ଜମିବାରେ ଲାଗିଛି । ସେ ବନାଇଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗୁଜବକାରୀ ଏବଂ ଗଣମାଧ୍ୟମରେ ପ୍ରକାଶ କରାଯାଉଥିବା ମିଥ୍ୟ ଖବରକୁ ନେଇ ନିଜର କ୍ରୋଧ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଯେତେବେଳେ ମେଡିକାଲରେ ରହିଥିଲେ ଧର୍ମେନ୍ଦ୍ର ସେତେବେଳେ ବଲିଉଡର ବହୁ ବଡ଼ ବନ କଳାକାର ସଲମାନ, ଶାହାରୁଖ, ଅମୀର ଖାନ ଏବଂ ଗୋବିନ୍ଦାଙ୍କ ଭଳି କଳାକାରମାନେ ତାଙ୍କ ଭେଟିଥିଲେ । ତେବେ ଗତ ୧୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ଗୁଜବ ପ୍ରଚାର ହୋଇଥିଲା । ଏହାକୁ ନେଇ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନକଲ ଯିବାରେ ଲାଗିଥିଲା । ଶେଷରେ ଝିଅ ଇଶା ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ବାପା ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ସେ ନିବେଦନ କରିଥିଲେ । ପରେ ଏନେ ପତ୍ନୀ ହେମା ମାଳିନୀ ମଧ୍ୟ ଗୁଜବକାରୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଥିଲେ । ଏବଂ କହିଥିଲେ କି, ଦୟାକରି କିଛି ଭିୟ୍ୟୁ ପାଇଁ ଏଭଳି ପ୍ରଚାର କରନ୍ତୁ ନାହିଁ । ସେପଟେ ସନ୍ନି କହିଛନ୍ତି କି, ଆମ ପରିବାରର ଗୋପନୀୟତା ରକ୍ଷା କରନ୍ତୁ । ଏବେ ଘରେ ବାପା ଚିକତ୍ସିତ ହେଉଛନ୍ତି ।

Latest Posts

Don't Miss