spot_img

Latest Posts

ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର୍

ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା । ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର । ଦିଲ୍ଲୀ ପୋଲିସ ଯେଉଁ ଲାଲ କାର ପାଇଛି ତାହାର ଦୁଇ ଜଣ ମାଲିକ ଅଛନ୍ତି । ଦ୍ୱିତୀୟ ମାଲିକ ଜଣକ ଡାକ୍ତର ଉମର ବୋଲି ଜଣାପଡିଛି । ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଏକ I20 କାର ବ୍ୟତୀତ ଏହି ଲାଲ ଇକୋସ୍ପୋର୍ଟ ମଧ୍ୟ ଥିଲା । ପୋଲିସ ଏହି କାର ସମ୍ପର୍କରେ ଆଲର୍ଟ ଜାରି କରିଥିଲା । ଏହାର ନମ୍ବର ହେଲା DL10CK0458 । ଏହି କାର ସହ ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲିଙ୍କ୍ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଦିଲ୍ଲୀ ପୋଲିସର ପାଞ୍ଚଟି ଦଳ ବିଭିନ୍ନ ଅଞ୍ଚଳରେ ଏହି କାରକୁ ଖୋଜୁଥିଲେ । ଫରିଦାବାଦ ଅଂଚଳରୁ ଏହି କାର ମିଳିଛି । କାରଟି ପୂର୍ବରୁ ଫୋର୍ଡ ଇଣ୍ଡିଆରେ ମୂଳ ମାଲିକ ପଙ୍କଜ ଗୁପ୍ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଓମାରଙ୍କ ନାମରେ ପଞ୍ଜୀକୃତ ରହିଛି । କାରଟି ଶେଷ ଥର ପାଇଁ ୨୦୨୪ ମସିହାରେ ଶ୍ରୀନଗରରେ ସର୍ଭିସିଂ କରାଯାଇଥିଲା । ଯାହା ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ଗାଡିଟି ଏକ ନେଟୱାର୍କ ମାଧ୍ୟମରେ କାଶ୍ମୀରରୁ ଦିଲ୍ଲୀ ଅଣା ଯାଇଥାଇପାରେ ।

ସନ୍ଦିଗ୍ଧ ଇକୋସ୍ପୋର୍ଟକୁ ଆଇ20 ସହିତ ଦେଖାଯାଇଥିଲା । ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଉପସ୍ଥିତ ଥିଲା । ଦିଲ୍ଲୀ ପୋଲିସର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଓ ସୀମାନ୍ତ ଚେକପୋଷ୍ଟରେ ଏହି ଗାଡିର ସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶ ଓ ହରିୟାଣା ପୋଲିସକୁ ସତର୍କ ସୂଚନା ଜାରି କରିଥିଲା । ସମସ୍ତ ଦଳକୁ ଗାଡିର ନମ୍ବର, ମଡେଲ ଓ ଉମରର ନାମ ବିଷୟରେ ସୂଚନା ପଠାଯାଇଥିଲା । ପଙ୍କଜ ଗୁପ୍ତାଙ୍କଠାରୁ ଉମରଙ୍କ ପାଖରେ କାର କିପରି ପହଞ୍ଚିଲା ଓ ଏହା ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ବ୍ୟବହାର କରିଥିଲେ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛନ୍ତି । ଲାଲକିଲ୍ଲା ବିସ୍ଫୋରଣ ସହିତ ଜୈଶ ମଡ୍ୟୁଲର ତଦନ୍ତ କରୁଥିବା ଏନଆଇଏ ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଉଭୟ ଏହି ସୁରାକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରୁଛନ୍ତି ।

Latest Posts

Don't Miss