spot_img

Latest Posts

ଶ୍ରୀନଗରରେ ଲଗା ଯାଇଥିବା ଏକ ପୋଷ୍ଟର କେମିତି ଖୋଲି ଦେଲା ‘ଡକ୍ଟର୍ସ ଅଫ୍ ଟେରର’ଙ୍କ କ୍ରାଇମ କୁଣ୍ଡଳି, ଜାଣନ୍ତୁ ଆରମ୍ଭରୁ ଶେଷ…

ଶ୍ରୀନଗରରେ ଲଗା ଯାଇଥିବା ଏକ ପୋଷ୍ଟର କେମିତି ଖୋଲି ଦେଲା ‘ଡକ୍ଟର୍ସ ଅଫ୍ ଟେରର’ଙ୍କ କ୍ରାଇମ କୁଣ୍ଡଳି, ଜାଣନ୍ତୁ ଆରମ୍ଭରୁ ଶେଷ…

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବ୍ଲାଷ୍ଟା ପୂରା ଦେଶକୁ ଦୋହଲାଇ ଦେଇଛି । ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଚନ୍ତି । ଘଟଣା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହି ଘଟଣା ଘଟିଲା କେମିତି ? କିଏ ଥିଲା ଏହା ପଛରେ ? ଏହା କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର ଥିଲା ନା କୌଣସି ଭୁଲରୁ ଦୁର୍ଘଟଣା ? ଏସବୁ ପ୍ରଶ୍ନର ଉତ୍ତର ଏବେ ଦିଲ୍ଲୀ ପୋଲିସ, ଏନଆଇଏ ଓ ଗଇନ୍ଦା ଏଜେନ୍ସି ଖୋଜୁଛନ୍ତି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ଏହା କୌଣସି ଥ୍ରିଲର ଫିଲ୍ମଠାରୁ କମ ନୁହେଁ । ଆଉ ସବୁଠାରୁ ବଡ଼ କଥା ହେଲା ଦିଲ୍ଲୀ ବ୍ଲାଷ୍ଟଠାରୁ ଆହୁରି ଭୟଙ୍କର ଆକ୍ରମଣରୁ ଦେଶକୁ ରକ୍ଷା କରାଯାଇଛି । ଆଉ ଏଥିପାଇଁ ଜମ୍ମୁ ଓ କାଶ୍ମୀର ପୋଲିସକୁ ଯେତେ ପ୍ରଶଂସା କରିଲେ ବି କମ ହେବ ।

ଗୋଟିଏ ଛୋଟ ପୋଷ୍ଟର ପୂରା ଦେଶକୁ ବଞ୍ଚାଇ ଦେଲା

ଏହି ପୂରା ଘଟଣାର ଆରମ୍ଭ ଶ୍ରୀନଗରର ନୌଗାମରୁ ହୋଇଥିଲା । ଅକ୍ଟୋବର ୧୮ ସକାଳେ ସ୍ଥାନୀୟ ଲୋକେ କାନ୍ଥରେ ଜୈଶ ଏ ମୋହମ୍ମଦର ଧମକପୂର୍ଣ୍ଣ ପୋଷ୍ଟର ଦେଖିବାକୁ ପାଇଥିଲେ । ଏଥିରେ ସୁରକ୍ଷାକର୍ମୀଙ୍କୁ ଚେତାବନୀ ଦିଆଯାଇ କୁହାଯାଇଥିଲା ‘ଶୀଘ୍ୟ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବ ।’ ଜମ୍ମୁ ଓ କାଶ୍ମୀର ଦୃଷ୍ଟଇରୁ ଦେଖିଲେ ଏହା କୌଣସି ବଡ଼ ଘଟଣା ନଥିଲା । ହେଲେ ସ୍ଥାନୀୟ ପୋଲିସ ଏହାକୁ ହାଲକାରେ ନେଇ ନଥିଲା । ଗୋଟିଏ ଛୋଟ ଟିମ୍ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଆଉ ଏହି ତଦନ୍ତ ଆଗକୁ ଯାଇ ୮୦୦ କିମି ଦୂର ଫରିଦାବାଦରେ ଲୁଚିଥିବା ଏକ ପୂରା ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା । ପୋଲିସ ରିପୋର୍ଟ ଅନୁସାରେ, କୋଡକୁ ବିଶ୍ଲେଷଣ କରାଯିବା ଆରମ୍ଭ ହୋଇଥିଲା । ଯାହାକୁ ବୁଝିବାକୁ ପ୍ରାୟ ୨୧ ଦିନ ସମୟ ଲାଗିଥିଏେ । କୋଡ ଡିକୋଡ ହେବା ପରେ ଜଣାପଡିଥିଲା ବିଦେଶରେ ବସିଥିବା ହ୍ୟାଣ୍ଡଲର ଭାରତରେ ଏକ ବଡ଼ଧରଣରେ ଘଟଣା ଘଟାଇବାକୁ ପ୍ରସ୍ତୁତି ଚଲାଇଛନ୍ତି ।

ପୋଷ୍ଟରରୁ ଆରମ୍ଭ ହୋଇଥିବା ତଦନ୍ତ ଫରିଦାବାଦରେ ଅଟକିଲା

ତଦନ୍ତ ଆଗକୁ ବଢ଼ଇବା ସହ ଶ୍ରୀନଗରରୁ କିଛି ଓଭରଗ୍ରାଉଣ୍ଡ ଶ୍ରମିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରାଉଚରାରୁ ଜଣାପଡିଥିଲା ବହୁ ଶିକ୍ଷିତ ଲୋକ, ଏପରିକି ଡାକ୍ତର, ମୌଲବି ଓ ଛାତ୍ର ଜୈଶ ସମ୍ପର୍କରେ ରହିଛନ୍ତି । ସମସ୍ତ ଖିଆକୁ ପୋଲିସ ଯେତେବେଳେ ଯୋଡ଼ିଥିଲା, ସେତେବେଳେ ଏକ ‘ଡି ଗ୍ୟାଙ୍ଗ’ ସମ୍ପର୍କରେ ସୂଚନା ମିଳିଥିଲା । ଯାହା ଦିଲ୍ଲୀ ବ୍ଲାଷ୍ଟ ପରେ ଡକ୍ତର ଗ୍ୟାଙ୍ଗ ବୋଲି ବୁହାଯାଉଛି । ଏମାନେ ଜୈଶ ପାଇଁ କାମ କରୁଥିଲେ । ଏମାନଙ୍କ ପାଖରେ ନା କେବଳ ଡାକ୍ତରୀ ଜ୍ଞାନ ଥିଲା ତାହା ନୁହେଁ, ଏମାନ ବିସ୍ଫୋରକକୁ କେମିକାଲ ସ୍ତରରେ ପ୍ରସ୍ତୁତ କରିବା ଓ ଲୁଚାଇବାରେ ମାହିର ଥିଲେ । ଏବେ ତଦନ୍ତ ଶ୍ରୀନଗରରୁ ବାହାରି ଉତ୍ତର ପ୍ରଦେଶର ସହାରନପୁର ଓ ପରେ ହରିୟାଣାର ଫରିଦାବାଦରେ ପହଞ୍ଚିଥିଲା ।

ସହାରନପୁରରୁ ଡକ୍ତର ଆଦିଲ ଅହମ୍ମଦ ରାଠର ଗିରଫ

ନଭେମ୍ବର ୬ ତାରିଖ ସକାଳେ ସହାରନପୁରରୁ ଜମ୍ମୁ-କାଶ୍ମୀର ଓ ଉତ୍ତରପ୍ରଦେଶ ପୋଲିସ ମିଳିତ ଭାବେ ଡକ୍ତର ଆଦିଲ ଅହମ୍ମଦ ରାଠରକୁ ଗିରଫ କରିଥିଲେ । ପେସାରେ ଡାକ୍ତର ଆଦିଲ ଜୈଶ ମଡ୍ୟୁଲ ସମ୍ପର୍କରେ ଥିଲା । ତାକୁ ପଚରାଉଚରା ସମୟରେ ଯେଉଁ ସୂଚନା ମିଳିଥିଲା ତାହା ପୋଲିସକୁ ସିଧା ଫରିଦାବାଦରେ ପହଞ୍ଚାଇ ଦେଇଥିଲା । ସେଠାରୁ ପୋଲିସ ମୁଜମ୍ମିଲ ଅହମ୍ମଦ ନାମକ ବ୍ୟକ୍ତିକୁ ଗିରଫ କରିଥିଲା । ମୁଜମ୍ମିଲ ଶ୍ରୀନଗର ବାସିନ୍ଦା ହାଇଥିବାବେଳେ ପୂର୍ବରୁ ଜୈଶ ପୋଷ୍ଟର ଲଗାଇବା ମାମଲାରେ ପୋଲିସ ତାକୁ ଖୋଜୁଥିଲା ।

୨୯୦୦ କେଜି ବିସ୍ଫୋରକର ଖୁଲାସା

ମୁଜମ୍ମିଲକୁ ପଚରାଉଚରା ବେଳେ ଯାହା ଜଣାପଡିଥିଲା ତାହା ତଦନ୍ତକାରୀ ଅଧିକାରୀଙ୍କ ଗୋଡ ତଳୁ ମାଟି ଖସାଇ ଦେଇଥିଲା । ସେ ନିଜ ଫରିଦାବାଦ ଘରେ ପ୍ରାୟ ୨୯୦୦ କେଜି ବିସ୍ଫୋରକ ରଖିଥିବା ସ୍ବୀକାର କରିଥିଲା । ଜମ୍ମୁ ଓ କାଶ୍ମୀର ପୋଲିସ ଏନେଇ ତୁରନ୍ତ ହରିୟାଣା ପୋଲିସକୁ ସମ୍ପର୍କ କରିବା ସହ ଏକ ମିଳିତ ଅଭିଯାନ ଚଲାଇଥିଲା । ଘଣ୍ଟା ଘଣ୍ଟାର ଯାଞ୍ଚ ପରେ ପୋଲିସକୁ ତା’ ଘରୁ ଏହି ବିସ୍ଫୋରକ, ଇଲେକ୍ଟ୍ରୋନିକ୍ସ ଟାଇମର ଓ ବିସ୍ଫୋରଣରେ ବ୍ୟବହୃତ କେମିକାଲ ମିଳିଥିଲା । ଆଉ ଦିଲ୍ଲୀରେ ବିସ୍ଫଷାରଣ କରାଯିବା ପ୍ରସ୍ତୁତିର ଅନ୍ତର ଚରଣରେ ଏହି ବିସ୍ଫୋରକ ଜବତ କରାଯାଇଥିଲା । ଯଦି ଏସବୁ ବିସ୍ଫୋରକ ବ୍ୟବହାର ହୋଇଥାନ୍ତା, ତେବେ ଦିଲ୍ଲୀ ଏନସିଆର ନକ୍ସାରୁ ଲିଭି ଯାଇଥାନ୍ତି ।

ଡକ୍ଟର୍ସ ଅଫ୍ ନେଟଓ୍ବକର ଖୁଲାସା

ଫରିଦାବାଦ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଯାଇଥିଲା ଏହା କୌଣସି ସାମାନ୍ୟ ଆତଙ୍କବାଦୀ ମଡ୍ୟୁଲ ନୁହେଁ । ଏହା ଏକ ଡାକ୍ଟର ନେଟଓ୍ବର୍କ ଥିଲା । ଏମିତି ଏକ ଶିକ୍ଷିତ ଲୋକଙ୍କ ନେଟଓ୍ବର୍ମ ଯାହା ଆତଙ୍କ ପାଇଁ ନିଜ ବିବେକକୁ ବ୍ୟବହାର କରୁଥିଲେ । ଆଉ ଯାଞ୍ଚ ସମୟରେଡ. ଆଦିଲ ଅହମ୍ମଦ, ଡ. ମୁଜମ୍ମିଲ ଶକିଲ, ଡ. ଶାହିନ ଶକିଲଙ୍କ ନାଁ ଆସିଥିଲା । ଏ ତିନି ଜଣଙ୍କୁ ଗିରଫ କରାଯାଇଥିଲେ ବି ଚତୁର୍ଥ ସଦସ୍ୟ ଡ. ଉମର ମହମ୍ମଦ ଫେରାର ହେବାରେ ସଫଳ ହୋଇଥିଲା । ପରେ ଜଣାପଡିଥିଲା ଉମର ହିଁ ସେହି ବ୍ୟକ୍ତି ଯିଏ ଦିଲ୍ଲୀ ବିସ୍ଫୋରଣ କରାଇଥିଲା । ପୋଲିସ ସୂଚନା ଅନୁସାରେ ବିନା କୌଣସି ପ୍ଲାନିଂରେ ଭୟରେ ସେ ଏହି ବିସ୍ଫୋରଣ କରିଥିଲା ।

କେମିତି ତଦନ୍ତ ଦେଶକୁ ବଞ୍ଚାଇଲା

ଯଦି ଜମ୍ମୁ ଓ କାଶ୍ମୀର ପୋଲିସ ଶ୍ରୀନଗରର ଉକ୍ତ ପୋଷ୍ଟରକୁ ଗମ୍ଭିରତାର ସହ ନେଇ ନଥାନ୍ତା ତେବେ ଆଜି ଦେଶରେ ଏମିତି ବିସ୍ଫୋରଣ ହୋଇଥାନ୍ତି, ଯାହାକୁ କେବେ ଭୁଲା ଯାଇପାରିନଥାନ୍ତା । ଏହି ତଦନ୍ତ ନା କେବଳ ଏହି ଏହି ଡକ୍ତର୍ଟ ଅଫ୍ ଟେରର ମଡ୍ୟୁଲକୁ ଶେଷ କରିଛି ତାହା ନୁହେଁ ବରଂ ପୂରା ଦିଲ୍ଲୀ ଏନସିଆରକୁ ବିନଶରୁ ଉଦ୍ଧାର କରିଛି । ଜମ୍ମୁ ଓ କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ପ୍ରଥମେ ଯେବେ ଏହି ପୋଷ୍ଟର ଦେଖିଥିଲୁ, ଚିନ୍ତା କରି ନଥିଲୁ କି ଏହି ତଦନ୍ତ ଆମକୁ ଦେଶର ଅନ୍ୟ ପ୍ରାନ୍ତକୁ ନେଇଯିବ । ଧିରେ ଧିରେ ସୂଚନା ମିଳିବା ପରେ ଆମେ ଜାଣି ନେଇଥିଲୁ ଏହା କୋଣସି ସାମାନ୍ୟ ଯୋଜନା ନଥିଲା ବରଂ ଏକ ବଡ଼ ଆତଙ୍କବାଦୀ ନେଟଓ୍ବର୍କ ଥିଲା ।

Latest Posts

Don't Miss