ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣା। ଭୁଟାନ ଗସ୍ତରୁ ଫେରିବା ପରେ ସିଧାସଳଖ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ଗସ୍ତରୁ ଫେରିବା ପରେ ତୁରନ୍ତ ଏଲଏନଜେପି ହସ୍ପିଟାଲରେ ପହଞ୍ଚିଥିଲେ। ସେ ଆହତମାନଙ୍କୁ ଭେଟି ଡାକ୍ତରଙ୍କଠାରୁ ସେମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।ସେଠାରେ ସେ ଲାଲକିଲ୍ଲା ବୋମା ବିସ୍ଫୋରଣରେ ଆହତମାନଙ୍କୁ ଭେଟିଥିଲେ। ପୀଡିତଙ୍କ ସହ ସାକ୍ଷାତ କରିଥିଲେ। ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷଡ଼ଯନ୍ତ୍ରର ଅପରାଧୀମାନଙ୍କୁ ଛଡ଼ା ଯିବନାହିଁ। ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

