ନୂଆପଡା : ନିର୍ବାଚନ ସମୟରେ ବୁଥ ନିକଟରେ ବିଜେପିର ପ୍ରଚାର କରାଯାଉଥିବା ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ମୁକ୍ତ ଓ ଅବାଧ ନିର୍ବାଚନ କରାଯାଉ ବୋଲି ଦାବି କଲେ ସ୍ନେହାଙ୍ଗିନୀ। କାହିଁକି ବୁଥ ନିକଟରେ ବିଜେପିର ପ୍ରଚାର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ନୂଆପଡ଼ା ରେ ବିଭିନ୍ନ ବୁଥ ବୁଲି ବୁଲି ଦେଖିଛନ୍ତି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତେବେ ଅନେକ ସ୍ଥାନରେ ବିଜେପିର କିଛି କର୍ମୀ ବୁଥ ନିକଟରେ ଥାଇ ପ୍ରଚାର କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

