spot_img

Latest Posts

ଗୃହ ପାଳିତ ପଶୁ ପାଳୁଥିଲେ ସାବଧାନ: ବିଗିଡ଼ି ପାରେ ଫୁସଫୁସ

ଘରେ କୁକୁର, ବିଲେଇ ପାଳିବାରେ ସଉକ ଅଛି କି ? ରାସ୍ତା କଡ଼ରେ ପାରା କି ଗୁଣ୍ଡୁଚି ମୂଷାଙ୍କୁ ଖାଇବାକୁ ଦେଉଛନ୍ତି କି ? ଯଦି ଏହା କରୁଛନ୍ତି, ତେବେ ହୋଇ ଯାଆନ୍ତୁ ସାବଧାନ। ବିଗିଡ଼ି ପାରେ ଆପଣଙ୍କ ଫୁସଫୁସ। କାରଣ ତୀବ୍ର ଗତିରେ ବ୍ୟାପୁଛି ବାର୍ଡ ଫାନସିଅର ରୋଗ। ଭାରତ ପାଇଁ ଏହି ରୋଗ ନୂଆ ନୁହେଁ । ହେଲେ ଲୋକେ ଏ ନେଇ ଅବଗତ ନଥିଲେ । ଥଣ୍ଡା ଜ୍ବରରୁ ଆରମ୍ଭ କରି ଏହା ଫୁସଫୁସକୁ ସଂକ୍ରମଣ କରୁଛି । ଶୀତ ପଡ଼ିବାରୁ ଥଣ୍ଡା ଜ୍ବର ହେଉଥିବା ଭାବି ଲୋକେ ଔଷଧ ଖାଇ ରୋଗ ଦବାଇବାକୁ ଚେଷ୍ଟା କରୁଛନ୍ତି। ଯାହା ବିପଦଜନକ । ପଶୁ ପକ୍ଷୀମାନେ ଏଣେତେଣେ ମଳତ୍ୟାଗ କରିଥାନ୍ତି। ଏହାସହ ଗୃହପାଳିତ ପଶୁପକ୍ଷୀଙ୍କ ରୁମ ଓ ମଳ କ୍ଷତିକାରକ ପାଲଟୁଛି। ପରବର୍ତ୍ତି ସମୟରେ ଏହା ବାୟୁମଣ୍ଡଳରେ ମିଶିବା ସହ ଫୁସ୍ଫୁସରେ ପ୍ରବେଶ କରି ସଂକ୍ରମଣର କାରଣ ପାଲଟୁଛି । ସମୟ ଥାଉ ଥାଉ ଏହାର ଚିକିତ୍ସା ନକଲେ ମୃତ୍ୟୁ ଆଶଙ୍କା ବି ରହିଛି। ଏଥିସହ ମଣିଷ ଶରୀରରେ ନିମୋନିଆ, ବ୍ରୋଙ୍କାଇଟିସ୍ ଓ ଶ୍ବାସରୋଗ ଆଦି ବୃଦ୍ଧି ପାଇଥାଏ। ତେଣୁ ଗୃହପାଳିତ ପଶୁପକ୍ଷୀଙ୍କ ପାଖକୁ ଗଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

ଭାରତରେ ଇଣ୍ଟର ଷ୍ଟିଟିଆଲ ଫୁସଫୁସ ରୋଗର ୪୭.୩ ପ୍ରତିଶତ ହାଇପର ସେନସିଟିଭି ନ୍ୟୁମାଟାଇଟିସ୍ ରୋଗ । ପରିବେଶ ଓ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ପଶୁପକ୍ଷୀ ଯେ କ୍ଷତିକାରକ, ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି। ପଶୁଙ୍କଠାରୁ ମଣିଷକୁ ହେଉଥିବା ସଂକ୍ରମଣ ଜେନେଟିକ ରୋଗ ବୋଲି କହିଛନ୍ତି ପରିବେଶବିତ। ଆମେରିକା ଓ ୟୁରୋପରେ ପଶୁପକ୍ଷୀମାନଙ୍କୁ ଗର୍ଭ ନିରୋଧକ ଔଷଧ ପ୍ରଦାନ କରାଯାଉଛି। ପଶୁପକ୍ଷୀ ବି ପରିବେଶ ପାଇଁ ଆବଶ୍ୟକ। ତେଣୁ ମଣିଷ ଓ ପଶୁପକ୍ଷୀଙ୍କ ଭିତରେ ସନ୍ତୁଳନ ରକ୍ଷା କରି ସ୍ବାସ୍ଥ୍ୟ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

Latest Posts

Don't Miss