spot_img

Latest Posts

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗ୍ରହଣ: ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ଅନୁଷ୍ଠିତ ହେଉଛି । ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ । ଘମାଘୋଟ ପ୍ରଚାର ଶେଷ ହୋଇଛି । ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଭିଡିବାକୁ ସରିଛି ସମସ୍ତ ପ୍ରୟାସ । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । କାଲି ଭୋଟ ଦେବେ ଅଢେଇ ଲକ୍ଷରୁ ଅଧିକ ଭୋଟର । ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିପରି ମତଦାନ ସୁରୁଖୁରୁରେ ଶେଷ ହେବ ସେ ନେଇ ବନ୍ଦୋବସ୍ତ କରାଯାଇଛି ।

Latest Posts

Don't Miss