ନୂଆପଡ଼ା: ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ । ଆଜି ଓ କାଲି। ତେଣୁ ନୂଆପଡ଼ା ଉଠୁଛି ଆଉ ପଡୁଛି । ଜୋରଦାର କ୍ୟାମ୍ପେନିଂରେ ଲାଗିଛନ୍ତି ସବୁ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର ନେଇ ସଭା ସମିତି କରି ପ୍ରଚାର କରୁଛନ୍ତି । ଘରକୁ ଘର ମଧ୍ୟ ବୁଲି ଭୋଟରଙ୍କୁ ମତାଉଛନ୍ତି । ନାନା ପ୍ରତିଶୃତି ଦେଉଛନ୍ତି । ବିଶେଷ କରି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଛି, ଲୋକଙ୍କ ସମର୍ଥନ ହାସଲ ପାଇଁ ।
ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ। ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ି ନାହାଁନ୍ତି। ସେମାନେ ମଧ୍ୟ କ୍ୟାମ୍ପେନିଂରେ ମାତିଛନ୍ତି । ଆସନ୍ତାକାଲି ସଂଧ୍ୟାରେ ସରିବ ନୂଆପଡ଼ା ପ୍ରଚାର । ତାର ଦିନକ ପରେ ୧୧ ତାରିଖରେ ମଙ୍ଗଳବାର ପଡ଼ିବ ଭୋଟ।

