spot_img

Latest Posts

ରାଜଧାନୀରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା। ୨୯ ବର୍ଷୀୟ ହୋମଗାର୍ଡ ଆତ୍ମହତ୍ୟା କରିଥିବା ସୂଚନା । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଥିବା ସରକାରୀ ଆପାର୍ଟମେଣ୍ଟରେ ରହୁଥିଲେ ହୋମଗାର୍ଡ । ଗତକାଲି ବିଷ ପାନ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ୨ ଟି ସନ୍ତାନ ଅଛନ୍ତି । ଗତ ୬ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ୩ ମାସ ତଳେ ସେ ଚାକିରିରେ ଯୋଗ ଦେଇଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ହୋମଗାର୍ଡଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ଲୋକେ । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଣିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Latest Posts

Don't Miss